ମାଲକାନଗିରିରେ ମାନବିକତାର ଅନନ୍ୟ ଉଦାହରଣ : ବେସାହାରା ବୃଦ୍ଧଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇ ଶେଷକୃତ୍ୟ କଲେ ଯୁବତୀ, ପୂର୍ବରୁ ଘରେ ଭଡା ରହୁଥିବାରୁ ଯୋଡି ହୋଇଥିଲା ଆବେଗର ସଂପର୍କ

207

କନକ ବ୍ୟୁରୋ : କଥାରେ ଅଛି ଯାହାର କେହି ନାହାନ୍ତି ତାହାର ଭଗବାନ ଅଛନ୍ତି । ଆଉ ଏହି କଥା ଟି ସତ ପ୍ରମାଣିତ ହୋଇଛି ମାଲାକନଗିରି ଜିଲ୍ଲାରେ । ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍ଗ ଶବ ସତ୍କାର ଲାଗି ଆଗେଇ ଆସିଛନ୍ତି ଯୁବତୀ । ୟଗତ ବୁଧବାର ବିଳମ୍ବିତ ରାତି ରେ ମାଲକାନଗିରି ନିଗମାନନ୍ଦ ଆଶ୍ରମ ର କର୍ମକର୍ତା ମାନିକ ଲାଲ ଘୋଷ ହୃଦଘାତ ରେ ପ୍ରାଣ ହରାଇ ଥିଲେ । କିନ୍ତୁ ମାନିକ ଲାଲଙ୍କର କେହି ନଥିବାରୁ ସକାଳ ଯାଏଁ ଶବ ସକ୍ରାର ଲାଗି ନାନା ଆଶା ଆଶଙ୍କା ଲାଗି ରହି ଥିଲା । ତେବେ ପାଖ ପଡିଶା ଓ କିଛି ସ୍ୱାଚ୍ଛା ସେବୀ ମାନେ ଶବ କାନେ୍ଧଇ ମଶାଣୀ କୁ ନେଇ ଥିଲେ । ଆଉ ମୁଖାଗ୍ନି ଦେଇ ଥିଲେ ମାଲକାନଗିରି ର ଯୁବତୀ ଶ୍ୟାମା ହାଲଦାର ।

କେବଳ ମୁଖାଗ୍ନି ନୁହଁ ବରଂ ଜଣେ ଝିଅ ର ଯାହା ସବୁ କର୍ତ୍ତବ୍ୟ ରହିଛି, ରୀତିନୀତି ଅନୁଯାଇ ତାହା ସବୁ ପାଳନ କରି ଥିଲେ ଶ୍ୟାମା । ଶ୍ୟାମା ପେଶାରେ ରାଜସ୍ୟ ବିଭାଗର ସହକାରୀ ରାଜସ୍ୟ ନିରୀକ୍ଷକ ଭାବେ କାମ କରନ୍ତି । କୁହା ଯାଏ ମାନିକ ଲାଲଘୋଷ ବିଦ୍ୟୁତ ବିଭାଗ ରେ କାମ କରୁ ଥିବା ବେଳେ ଶ୍ୟାମାଙ୍କ ଘରେ ଭଡା ରହୁ ଥିଲେ । ତେବେ ତାଙ୍କର କୌଣସି ସନ୍ତାନ ନ ଥିଲା ଆଉ ବହୁ ବର୍ଷ ପୁର୍ବେ ପତ୍ନୀ ମଧ୍ୟ ଆର ପାରି କୁ ଚାଲି ଯାଇ ଥିଲେ । ଆଉ ଚାକିରିରୁ ଅବସର ପରେ ମାଲକାନଗିରି ସହରରେ ଥିବା ନିଗମାନନ୍ଦ ଆଶ୍ରମର ହର୍ତ୍ତାକର୍ତ୍ତା ଭାବେ ରହି ଆଶ୍ରମ ରକ୍ଷଣା ବେକ୍ଷଣ ଦାୟୀତ୍ୱରେ ଥିଲେ ।

ତେବେ ମାନିକଙ୍କ କୌଣସି ଉତ୍ତରଧିକାରୀ ନଥିବାରୁ ଶ୍ୟାମାଙ୍କୁ ମୁଖାଗ୍ନି ଦେବା ଲାଗି ହସମଜାକ ରେ କହିଆସୁ ଥିଲେ ମାଣିିକ ଲାଲ । ଆଉ ମାଣିକ ଲାଲଙ୍କ ମୃତ୍ୟୁ ପରେ ସେଇ କଥାକୁ ରଖିଛନ୍ତି ଶ୍ୟାମା ।