ମାଲକାନଗିରିରେ ତରଭୁଜର ଅଭାବୀ ବିକ୍ରି : ବଜାର ନଥିବାରୁ ଗାଈଗୋରୁ ଖାଉଛନ୍ତି ସୁଆଦିଆ ତରଭୁଜ,ବିଲରେ ପଚି ସଢି ନଷ୍ଟ ହେଉଛି ଶହ ଶହ ତରଭୁଜ

288

କନକ ବ୍ୟୁରୋ : ମାଲକାନଗିରିରେ ତରଭୁଜର ଅଭାବୀ ବିକ୍ରି । ଉଚିତ ବଜାର ନଥିବାରୁ ଗାଈଗୋରୁ ଖାଉଛନ୍ତି ସୁଆଦିଆ ତରଭୁଜ । ଫଳରେ ବିଲରେ ପଚି ସଢି ନଷ୍ଟ ହେଉଛି ଶହ ଶହ ତରଭୁଜ । ଓଡିଶା ଠାରୁ ଆରମ୍ଭ କରି ପଡୋଶୀ ଛତିଶଗଡ ଓ ଆନ୍ଧ୍ର ତେଲେଙ୍ଗାନା ଯାଏଁ ସବୁଠି ମାଲକାନଗିରି ତରଭୁଜର ବେଶ ଚାହିଦା ରହିଛି । କାରଣ ଜୈବିକ ପଦ୍ଧତିରେ ଏଠାରେ ତରଭୁଜ ଚାଷ ହୁଏ । ତେବେ ୩ରୁ ୪ ଟଙ୍କାରେ କେଜି ପିଛା ଦରରେ ତରଭୁକ କିଣୁଛନ୍ତି ବ୍ୟବସାୟୀମାନେ ।

ମାଲକାନଗିରି ଜିଲ୍ଲାର ଏମଭି ୧୧, ଗମ୍ପାକୋଣ୍ଡା ଅଂଚଳରେ ପ୍ରଚୁର ପରିମାଣରେ ତରଭୂଜ ଅମଳ ହୁଏ । ପ୍ରତି ଏକର ପିଛା ୩୦ରୁ ୩୫ ହଜାର ଟଙ୍କା ଚାଷୀ ଖର୍ଚ୍ଚ କରୁଥିବା ବେଳେ ଅମଳ ମଧ୍ୟ ଭଳ ହୋଇଥାଏ । ତେବେ ଉଚିତ ବଜାର ନଥିବାରୁ ଉଚିତ ଦର ପାଉନାହାନ୍ତି ଚାଷୀ ।ଏତେ ତରଭୁଜ ଅମଳ ହେଉଛି ଯେ ଗୋରୁ ଗାଈ ମଧ୍ୟ ତରଭୂଜ ଖାଉଥିବାର ଦେଖିବାକୁ ମିଳିଛି ।