ପୋଲିସ କନେଷ୍ଟବଳଙ୍କୁ କରୋନା । ସଙ୍ଗରୋଧରେ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀ । ମୋଟୁ ଥାନା ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା ।

218

କନକ ବ୍ୟୁରୋ : ପୋଲିସ କନେଷ୍ଟବଳ କରୋନା ପଜିଟିଭ । ମାଲକାନଗିରି ମୋଟୁ ଥାନାର ଏହି କନଷ୍ଟେବଳ ଜଣକ ମୋଟୁ ସୀମାରେ କାର୍ଯ୍ୟରତ ଥିଲେ । ପୋଲିସ କନଷ୍ଟେବଳ କରୋନା ପିଜିଟିଭ ଚିହ୍ନଟ ହେବା ପରେ ମୋଟୁ ଥାନାର ଅଧିକାରୀ ସମେତ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧକୁ ପଠାଯାଇଛି । ଏହାସହ ଥାନାକୁ ସିଲ୍ କରାଯିବା ସହ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ମୋଟୁ ସୀମା ଦେଇ ରାଜ୍ୟକୁ ପ୍ରାୟ ୫୦ହଜାର ପ୍ରବାସୀ ପ୍ରବେଶ କରିଛନ୍ତି ।

ସେପଟେ ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ପଜିଟିଭ୍ । ସେହିପରି ଆଉ ଜଣକ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ମୃତକ ହେଉଛନ୍ତି ଗଂଜାମର ୫୫ ବର୍ଷୀୟ ବ୍ୟକ୍ତି । ୧୧୨ ନୂଆ ପଜିଟିଭ୍ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୧୦୭ ଏବଂ ସ୍ଥାନୀୟ ଅଂଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଏନଡିଆରଏଫ, ଓଡ୍ରାଫ୍ ଏବଂ ଅଗ୍ନିଶମର ୨୧ ଜଣ ଜବାନ ଆକ୍ରାନ୍ତ ହୋଇଛନ୍ତି ।

ପୁରୀରୁ ସର୍ବାଧିକ ୧୫ ଜଣ . ଖୋର୍ଧାରୁ ୮, ଅନୁଗୁଳ ଓ ଗଂଜାମରୁ ୬, ଗଜପତି, ସଂବଲପୁର, କେନ୍ଦୁଝରରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଂଜରୁ ୭ ଆକ୍ରାନ୍ତ ଚିହଟ ହୋଇଛନ୍ତି । ସୁନ୍ଦରଗଡ ଓ ନୟାଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ, ମାଲକାନଗିରି , ବୌଦ୍ଧ, କଟକ, ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା , ଦେବଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩ ହଜାର ୪୯୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ୧୧୩୧ ଆକ୍ଟିଭ୍ କେସ୍ ରହିଛି ।