ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମିଳୁନି ମୌଳିକ ସୁବିଧା :ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଲେ  ଛାତ୍ରଛାତ୍ରୀ ଓ ଗାଁ ଲୋକେ

123

କନକ ବ୍ୟୁରୋ : କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳର ଅଭାବର କାହାଣୀ । ନାହିଁ ନାହିଁ ରେ ଚାଲିଛି ଏଠାକାର ବିକାଶ । କହିବାକୁ ଗଲେ ଏବେ ସ୍ୱାଭିମାନ ଅଂଚଳ କେବଳ ଏକ ଭେଳିକି ହୋଇ ରହିଯାଇଛି । ଏଠି ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଗାଁକୁ ରାସ୍ତା ଖଣ୍ଡେ ନାହିଁ । ଚାଲି ଚାଲି ୬ କିଲୋମିଟର ଚାଲିବା ପରେ ଲୋକେ ବୋଟ୍ ଧରି ଜଳଭଣ୍ଡାର ପାର ହୋଇ ଆସିବାକୁ ପଡୁଛି । ସ୍ୱାଭିମାନ ଅଂଚଳର ଏପରି ବିକାଶକୁ ନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।

ଦୀର୍ଘ ୬ କିମି ଯାଏଁ ବିଭିନ୍ନ ନାରାବାଜି କରି ପଦଯାତ୍ରା କରି ଆସିବା ପରେ ଲଂଚ ବୋଟ୍ ଚଢି ଜଳଭଣ୍ଡାର ପାର ହୋଇ ଚିତ୍ରକୋଣ୍ଡାରେ ପହଁଚିଥିଲେ । ମାଲକାନଗିରି ବିଛିନ୍ନାଂଚଳର ଏପରି ଚିତ୍ର ବାସ୍ତବରେ ସ୍ୱାଭିମାନ ଅଂଚଳର ସମସ୍ୟାକୁ ହିଁ ବୟାନ୍ କରୁଛି । ସେପଟେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ବେଳେ ୫ ଦିନ ଧରି ସେ ଅନୁପସ୍ଥିତ ଥିବାରୁ ତାଙ୍କୁ ଭେଟିହେବ ନାହିଁ ବୋଲି ପ୍ରଶାସନିକ ଅଧିକାରୀ ଲୋକଙ୍କୁ କହିଥିଲେ । ତେବେ ଜିଲ୍ଲାପାଳଙ୍କୁ ଭେଟିବା ବିନା ସେମାନେ ଫେରିବେ ନାହିଁ ବୋଲି ଅଡିବସି ମାଲକାନଗିରିରେ ପଦଯାତ୍ରା କରିବେ ବୋଲି ଧମକ ଦେଇଛନ୍ତି ଅଭିଭାବକ ।