ପୁଲିସ ବାବୁଙ୍କ ଗାନ୍ଧୀଗିରି ! ସଫେଇ ଅଭିଯାନରେ ସାମିଲ ହେଲେ ମାଲକାନଗିରି ଡିଏସପି

35

କନକ ବ୍ୟୁରୋ : ଦେଶର ପରିମଳ ବ୍ୟବସ୍ଥାକୁ ସୁଧାରିବା ଲାଗି ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଦେଶର ସବୁଠାରୁ ବଡ଼ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ବେଶ୍ କିଛି ଦିନ ଧରି ରାଜନେତା, ସ୍ୱେଚ୍ଛାସେବୀ ଦଳ, ସେଲିବ୍ରିଟ୍ରି ତଥା ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହାସହ ଏହି ଅଭିଯାନ ବହୁତ ଦିନ ଧରି ଖବରକାଗର ପ୍ରଥମ ପୃଷ୍ଠା ମଧ୍ୟ ମଣ୍ଡନ କରିଥିଲା ।  କଥାରେ ଅିଛି ସ୍ୱଚ୍ଛତା ଭକ୍ତିରୁ ମଧ୍ୟ ବଡ଼ । କିନ୍ତୁ ଖୁବ୍ କମ ଲୋକ ହିଁ ଏହି କଥାକୁ ପାଳନ କରିବାର ଦେଇାଯାଏ ।

malkangiri ops

 

 

 

 

 

 

କିନ୍ତୁ ଏହି ଅଭିଯାନ ପରେ ଲୋକଙ୍କ ମନରେ ଏନେଇ କିଛି ନା କିଛି ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ବାକୁ ମାନେ ମଧ୍ୟ ଏନେଇ ବେଶ୍ ସଚେତନ ହେଲେଣି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲାକାନଗିରିରେ । ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି ମାଲକାନଗିରି ଡିଏସପି । ଯୁବ ଓପିଏସ ଅଧିକାରୀ ମାନସ ବାରିକ ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲି ବସଷ୍ଟାଣ୍ଡ ଓ ଆଖପାଖ ଅଂଚଳକୁ ନିଜେ ସଫା କରିଛନ୍ତି । ବର୍ଷ ବର୍ଷ ଧରି ଏହି ନାଳ ସଫା କରାଯାଉନଥିବା ଯୋଗୁଁ ନିଜେ ଡିଏସପି ନାଳ ଭିତରକୁ ଓହ୍ଲାଇ ଏହାକୁ ସଫା କରିଛନ୍ତି । ଏବଂ ରାସ୍ତାଘାଟରେ ଅଳିଆ ଆବର୍ଜନା ଫିଙ୍ଗୁ ଥିବା ଯୋଗୁୁଁ ୫ଶହରୁ ଅଧିକ ଲୋକଙ୍କ ନାଁରେ ପିଆର ନୋଟିସ ଜାରି କରିଛନ୍ତି ଡିଏସପି । ଏହାସହ ଆଖପାଖ ଦୋକାନରେ ଚଢଉ କରି ବେଆଇନ ଭାବେ ରଖାଯାଇଥିବା ମଦକୁ ଜବତ କରିଛନ୍ତି ଡିଏସପି ମାନସ ବାରିକ ।