କନକ ବ୍ୟୁରୋ : ମାଲକାନଗିରିରେ ଜାରି ରହିଛି ଭୋଟିଂ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ମାଲକାନଗିରି ପୌରପରିଷଦ, ମାଲକାନଗିରି ବ୍ଲକ୍, କାଲିମେଳା ବ୍ଲକ୍, ପଡିଆ ବ୍ଲକ୍ ଓ କରୁକୋଣ୍ଡା ବ୍ଲକର ୭ଟି ପଂଚାୟତକୁ ନେଇ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ । ପଡିଆ ବ୍ଲକ୍ ଓ କରୁକୋଣ୍ଡା ବ୍ଲକ୍ ବିଜେପି ଦଖଲରେ ରହିଛି । କାଲିମେଳା କଂଗ୍ରେସ କବଜାରେ ଥିବାବେଳେ ମାଲକାନଗିରି ବ୍ଳକ୍ ଏବଂ ମାଲକାନଗିରି ମ୍ୟୁନିସପାଲିଟି ବିଜେଡି ଦଖଲରେ ରହିଛି । ସେପଟେ ଆଜି ଭୋଟ ବର୍ଜନ କଲେ ମାଲକାନଗିରି ମାଥିଲି ଅଂଚଳର ୮ ଗାଁର ଗ୍ରାମବାସୀ । ମୌଳିକ ସୁବିଧାରୁ ବଂଚିତ ଓ ଅନ୍ୟ ଗାଁରେ ଭୋଟ କେନ୍ଦ୍ରକୁ ନେଇ ଏମାନେ ଭୋଟ ବର୍ଜନ କରିଛନ୍ତି ।
୨୦୧୯ର ଲଢେଇ
ବିଜେଡି: ମୁକୁନ୍ଦ ସୋଢୀ
କଂଗ୍ରେସ: ମାଲା ମାଢୀ
ବିଜେପି: ଆଦିତ୍ୟ ମାଢୀ
ବିଜେଡି: ମୁକୁନ୍ଦ ସୋଢୀ
- ୨୦୦୯ରେ ବିଧାୟକ
- ୨୦୧୪ରେ ଟିକେଟ୍ କଟିବା ପରେ ବିଜେପି ଯାଇଥିଲେ
- ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ବିଜେଡି ଆସି ଟିକେଟ୍ ପାଇଛନ୍ତି
କଂଗ୍ରେସ: ମାଲା ମାଢୀ
- ୨୦୧୪ରେ ପ୍ରାୟ ୩ ହଜାର ଭୋଟରେ ହାରିଥିଲେ
- ପୂର୍ବତନ ସରପଂଚ ଏବଂ କାଲିମେଳା ବ୍ଲକ୍ ଅଧ୍ୟକ୍ଷ
ବିଜେପି: ଆଦିତ୍ୟ ମାଢୀ
- ୨୦୦୯ ଏବଂ ୨୦୧୪ରେ ହାରିଛନ୍ତି
- ୨୦୧୯ରେ ଭାଗ୍ୟ ପରୀକ୍ଷା
- ୨୦୦୯ରେ ଶିକ୍ଷକରୁ ରାଜନୀତିକୁ ଆସିଥିଲେ
ମୁହାଁମୁହିଁ ପ୍ରାର୍ଥୀ
- ତୃତୀୟ ଥର ପାଇଁ ଲଢୁଛନ୍ତି ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢୀ
- ବିଜେଡି ପ୍ରାର୍ଥୀ ମୁକୁନ୍ଦ ସୋଢୀ ୨୦୦୯ରେ ବିଧାୟକ ଥିଲେ
- ୨୦୦୯ରେ ପ୍ରାୟ ୧୧ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ ମୁକୁନ୍ଦ
- କଂଗ୍ରେସ ପ୍ରାର୍ଥୀ ମାଲା ମାଢୀ ଗତଥର କମ୍ ଭୋଟ( ୩ହଜାର) ରେ ହାରିଥିଲେ
ମାଲକାନଗିରି ବିଧାନସଭା ଆସନ
- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ମାଲକାନଗିରି ବିଧାନସଭା ଆସନ
- ଅରବିନ୍ଦ ଢାଲି ବିଜେପିରୁ ଲଗାତର ୩ ଥର ବିଧାୟକ ହୋଇଥିଲେ
- ୨୦୦୯ ଏବଂ ୨୦୧୪ରେ ବିଜେଡି ଜିତିଥିଲା
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୬ ହଜାର ୮୮୪
- ମତ ଦେଇଥିଲେ – ୧ ଲକ୍ଷ ୪୬ ହଜାର ୩୮୩
- ଭୋଟଦାନ ହାର –୭୪.୩୫%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ମାନସ ମାଡକାମୀ ବିଜେଡି ୪୭,୭୩୭ ୩୨.୬୧% ବିଜୟୀ
ମାଲା ମାଢୀ କଂଗ୍ରେସ ୪୪,୪୨୫ ୩୦.୩୫% ପରାସ୍ତ
ଆଦିତ୍ୟ ମାଢୀ ବିଜେପି ୩୬,୨୧୨ ୨୪.୭୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ମାନସ ମାଡକାମୀ
ଦଳ - ବିଜେଡି
ଭୋଟ - ୪୭,୭୩୭
ପ୍ରତିଶତ - ୩୨.୬୧%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଆଦିତ୍ୟ ମାଢୀ
ଦଳ - ବିଜେପି
ଭୋଟ - ୩୬,୨୧୨
ପ୍ରତିଶତ - ୨୪.୭୪%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ମାଲା ମାଢୀ
ଦଳ - କଂଗ୍ରେସ
ଭୋଟ - ୪୪,୪୨୫
ପ୍ରତିଶତ - ୩୦.୩୫%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ମାନସ ମାଡକାମୀ ଜିତିଥିଲେ
- ୪୭ ହଜାର ୭୩୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ ପରାସ୍ତ କରିଥିଲେ
- ୩ ହଜାର ୩୧୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୦୯୪
- ମତ ଦେଇଥିଲେ – ୯୭ ହଜାର ୦୬୩
- ଭୋଟଦାନ ହାର – ୫୦.୨୭%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ମୁକୁନ୍ଦ ସୋଢ଼ି ବିଜେଡି ୩୮,୭୮୮ ୩୯.୯୬% ବିଜୟୀ
ନବୀନ ଚନ୍ଦ୍ର ମାଡକାମି କଂଗ୍ରେସ ୨୭,୮୮୨ ୨୮.୭୩% ପରାସ୍ତ
ଆଦିତ୍ୟ ମାଢ଼ି ବିଜେପି ୧୯,୪୪୫ ୨୦.୦୩% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ମୁକୁନ୍ଦ ସୋଢ଼ି
ଦଳ - ବିଜେଡି
ଭୋଟ - ୩୮,୭୮୮
ପ୍ରତିଶତ - ୩୯.୯୬%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଆଦିତ୍ୟ ମାଢ଼ି
ଦଳ - ବିଜେପି
ଭୋଟ - ୧୯,୪୪୫
ପ୍ରତିଶତ - ୨୦.୦୩%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ନବୀନ ଚନ୍ଦ୍ର ମାଡକାମି
ଦଳ - କଂଗ୍ରେସ
ଭୋଟ - ୨୭,୮୮୨
ପ୍ରତିଶତ - ୨୮.୭୩%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ମୁକୁନ୍ଦ ସୋଢୀ ବିଜୟୀ ହୋଇଥିଲେ
- ୩୮ ହଜାର ୭୮୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ନବୀନ ଚନ୍ଦ୍ର ମାଡକାମୀଙ୍କୁ ପରାସ୍ତ କରିଥିଲେ
- ୧୦ ହଜାର ୯୦୬ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲେ
- ମୁକୁନ୍ଦ ସୋଢୀଙ୍କ ସ୍ଥାନରେ ମାନସ ମାଡକାମୀଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି
- ନବୀନ ଚନ୍ଦ୍ର ମାଡକାମୀଙ୍କ ବଦଳରେ ମାଲା ମାଢୀଙ୍କୁ ଟିକେଟ ଦେଇଥିଲା କଂଗ୍ରେସ
- ଆଦିତ୍ୟ ମାଢୀଙ୍କୁ ପୁଣି ପ୍ରାର୍ଥୀ କରି ବିଜେପି ତୃତୀୟ ସ୍ଥାନରେ ହିଁ ରହିଥିଲା