ମାଲକାନଗିରି ଆବାସିକ ସ୍କୁଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା : ଗିରଫ ହେଲେ ପ୍ରଧାନ ଶିକ୍ଷକ

57

କନକ ବ୍ୟୁରୋ : ଗିରଫ ହେଲେ ପ୍ରଧାନ ଶିକ୍ଷକ । ଛାତ୍ରୀଙ୍କ ସହ ଅସଦାଚରଣ ନେଇ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଶିଖପାଲି ଆବାସିକ ସ୍କୁଲ କମ୍ପ୍ୟୁଟର ରୁମରୁ ଗତକାଲି ଜଣେ ଦଶମ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ଛାତ୍ରୀଙ୍କ ହାତ କଟା ଯାଇଥିଲା । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ପରିବାର ଅଭିଯୋଗ କରିଥିଲେ, ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ଆଜି ସ୍କୁଲର ଆଉ ଜଣେ ଛାତ୍ରୀ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି ।

କହିଛନ୍ତି , ପ୍ରଧାନ ଶିକ୍ଷକ ନିୟମିତ ଭାବେ ଛାତ୍ରୀଙ୍କ ସହ ଅସଦାଚରଣ କରନ୍ତି । ଏହାପରେ ଆଜି ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ସରକାରଙ୍କୁ ପୋଲିସ ଗିରଫ କରିଛି । ସେପଟେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ପ୍ରଧାନ ଶିକ୍ଷକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ଯୋଗୁ ୧୦ମ ଶ୍ରେଣୀ ଛାତ୍ରୀ ଜଣକ ପ୍ରାଣ ହାରି ଥିବା ସନ୍ଦେହ କରି ମାଲକାନଗିରି ପୁଲିସ ତନ୍ନ ତନ୍ନ କରି ଯାଂଚ ଜାରି ରଖିଛି ।