ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ବଡ ଯାତ୍ରା ! ସଦର ମହକୁମାରେ ପହଞ୍ଚିଲେ ତିନି ଠାକୁର କାନାମ ରାଜୁ, ବାଲା ରାଜୁ, ପୋତରାଜୁ ଓ ମାଁ ମୁତ୍ୟାଲୁ ଆମ୍ମା

113

କନକ ବ୍ୟୁରୋ : ଗତ ଏକ ମାସ ଧରି ଜାରି ରହିଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା । ଆନ୍ଧ୍ରପ୍ରଦେଶ ପୋଲେରୁ ଠାରୁ ଆରମ୍ଭ କରି ଏବେ ମାଲକାନଗିରି ସଦରମହକୁମା ପହଞ୍ଚିଛନ୍ତି ତିନି ଠାକୁର କାନାମ ରାଜୁ, ବାଲା ରାଜୁ, ପୋତରାଜୁ ଓ ମାଁ ମୁତ୍ୟାଲୁ ଆମ୍ମା ।

୧୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ମାଲକାନଗିରି ପହଂ ଚିଥିବା ତିନି ଠାକୁରଙ୍କ ବଡ ଯାତ୍ରା ଦେଖିବାକୁ ସଦରମହକୁମାରେ ହଜାର ହଜାର ଭକ୍ତଙ୍କ ସମାଗମ ଘଟିଛି । ଗତ କାଲି ରାତିରେ ତିନିଠାକୁରଙ୍କ ଭବ୍ୟ ଶୋଭାଯାତ୍ରା ମାଲକାନଗିରି ସହର ସ୍ଥିତ କନ୍ୟାମାଝୀ ବନ୍ଧ ଠାରୁ ମାଣ୍ଡିଆଭାଟା ଯାଏଁ ପହଁଚିଛି ।