କନକ ବ୍ୟୁରୋ : ଗତ ଏକ ମାସ ଧରି ଜାରି ରହିଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା । ଆନ୍ଧ୍ରପ୍ରଦେଶ ପୋଲେରୁ ଠାରୁ ଆରମ୍ଭ କରି ଏବେ ମାଲକାନଗିରି ସଦରମହକୁମା ପହଞ୍ଚିଛନ୍ତି ତିନି ଠାକୁର କାନାମ ରାଜୁ, ବାଲା ରାଜୁ, ପୋତରାଜୁ ଓ ମାଁ ମୁତ୍ୟାଲୁ ଆମ୍ମା ।
୧୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ମାଲକାନଗିରି ପହଂ ଚିଥିବା ତିନି ଠାକୁରଙ୍କ ବଡ ଯାତ୍ରା ଦେଖିବାକୁ ସଦରମହକୁମାରେ ହଜାର ହଜାର ଭକ୍ତଙ୍କ ସମାଗମ ଘଟିଛି । ଗତ କାଲି ରାତିରେ ତିନିଠାକୁରଙ୍କ ଭବ୍ୟ ଶୋଭାଯାତ୍ରା ମାଲକାନଗିରି ସହର ସ୍ଥିତ କନ୍ୟାମାଝୀ ବନ୍ଧ ଠାରୁ ମାଣ୍ଡିଆଭାଟା ଯାଏଁ ପହଁଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/yy.jpg)