ମାଲକାନଗିରିରୁ ଆସିଲା ଦୁଃଖଦ ଖବର । ତେଲେଙ୍ଗାନା ସିଦ୍ଧିପେଟରେ ଶେରପାଲିର ୧୭ବର୍ଷୀୟ ଶ୍ରମିକ ବାସୁ କୁରାମୀଙ୍କ ମୃତ୍ୟୁ । ଶବ ପହଞ୍ଚିବା ପରେ ଘରେ ଶୋକାକୂଳ ପରିବେଶ ।

954

କନକ ବ୍ୟୁରୋ : ପୁଣି ଜଣେ ଦାଦନ ଶ୍ରମିକ ମୃତ । ମାଲିକାନଗିରି ଜିଲ୍ଳାରୁ ପୁଣି ଥରେ ଆସିଛି ଦାଦନ ମୃତ୍ୟୁର ଖବର । ଶେରପାଲି ଗାଁର ୧୭ ବର୍ଷୀୟ ବାସୁ କୁରାମି ଗତ ୩ ମାସ ପୂର୍ବେ ତେଲେଙ୍ଗାନା ସିଦ୍ଧିପେଟ ଯାଇଥିଲେ । ଗତ ୨ ମାସ ଧରି ବାସୁ ଅସୁସ୍ଥ ଥିଲେ । ଘରକୁ ଫେରିବା ଲାଗି ତେଲେଙ୍ଗାନା ସରକାର ଓ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ନିବେଦନ କରି ବିଫଳ ହୋଇଥିଲେ । ଫଳରେ ଏକ ପୁରୁଣା ମୋଟର ସାଇକେଲ କିଣି ଘରକୁ ଫେରିବା ପାଇଁ ଉଦ୍ୟମ କରିଥିଲେ ।

କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅତି ବିଗିଡିଯାଇଥିବାରୁ ବାଇକରେ ବସିପାରିନଥିଲେ । ସିଦ୍ଧିପେଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେଲେଙ୍ଗାନାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ପଠାଯାଇଥିବା ବେଳେ ମୋଟୁ ସୀମା ଦେଇ ଶବକୁ ପ୍ରବେଶ ମିଳିନଥିଲା । ଚିତ୍ରକୋଣ୍ଡା ଦେଇ ଆଜି ସକାଳେ ମୃତଦେହ ଘରେ ପହଚିଂବା ପରେ ପରିବାରରେ କାନ୍ଦବୋବାଳି ପଡିଥିବା ବେଳେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସର ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଗାଁରେ ଏକ ଟିମ ପହଚିଂ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।