କନକ ବ୍ୟୁରୋ : ମାଲକାନାଗିରିରେ ଅଜଣା ରୋଗ ଆତଙ୍କ । କାଲିମେଳା ବ୍ଲକରେ କିଛି ଦିନ ଭିତରେ ୬ ଶିଶୁଙ୍କ ଜୀବନ ନେଲାଣି ଅଜଣା ରୋଗ । ବର୍ତମାନ ସୁଦ୍ଧା ରୋଗ କଣ ଜଣାପଡିନି । ଶିଶୁ ମୃତ୍ୟୁର କାରଣ ବି ଜାଣିପାରୁନାହାନ୍ତି ଡାକ୍ତର । କେବଳ ପୁଷ୍ଟିହୀନତା ଓ ନିର୍ଦ୍ଧାରିତ ସମୟ ଆଗରୁ ଶିଶୁ ଜନ୍ମ ହେବାକୁ ଦାୟୀ କରିଛନ୍ତି ମାଲକାନଗିରି ସିଡ଼ିଏମଓ ।
ରୋଗୀଙ୍କୁ ପ୍ରଥମେ ଥଣ୍ଡା, ଜର, ବାନ୍ତି ଓ ବଦ ହଜମୀ ଭଳି ସମସ୍ୟା ଦେଖାଦେଉଛି । ଏହାର ଶିକାର ହେବାର ୪୮ ଘଂଟା ଭିତରେ ଆଖି ବୁଜୁଛନ୍ତି ଆକ୍ରାନ୍ତ ଶିଶୁ । ଏହି ରୋଗ ଧିରେ ଧିରେ ତାମନାପଲ୍ଲୀରେ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଏକ ଡ଼ାକ୍ତରୀ ଟିମ୍ ଗାଁର ରୋଗୀ ମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/6baby-death_thumb.jpg)