ଅର୍ଜୁନ କପୁରଙ୍କ ସହ ସମ୍ପର୍କ ଉପରେ ପ୍ରଶ୍ନକୁ ନେଇ ରାଗିଗଲେ ମଲାଇକା ଅରୋରା ! ଦେଲେ ମୁହଁତୋଡ ଜବାବ

ଅର୍ଜୁନ କପୁରଙ୍କ ସହ ସମ୍ପର୍କ ଉପରେ ପ୍ରଶ୍ନକୁ ନେଇ ରାଗିଗଲେ ମଲାଇକା ଅରୋରା ! ଦେଲେ ମୁହଁତୋଡ ଜବାବ

photo courtesy-http://www.amarujala.com

ମଲାଇକା ଅରୋରା ଖାନ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ଅନେକ ସମୟ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଉଭୟେ ମିଡିଆରୁ ଏ ବିଷୟ ନେଇ ଯଥାସମ୍ଭବ ଦୂରେଇ ରହିବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ନିକଟରେ ଯେତେବେଳେ ମଲାଇକାଙ୍କୁ ଅର୍ଜୁନଙ୍କ ସହ ଆଫେୟାରକୁ ନେଇ ପ୍ରଶ୍ନ ପଚରା ଯାଇଥିଲା, ମଲାଇକା ଏପରି ଉତ୍ତର ଦେଲେ ଯେ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା ।

ନିକଟରେ ହୋଇଥିବା ଏକ ଇଭେଣ୍ଟରେ ମଲାଇକା, ସୁଜାନ ଖାନ ଓ ବିପାଶା ବସୁଙ୍କ ସହ ଯୋଗ ଦେଇଥିଲେ । ଅର୍ଜୁନଙ୍କ ସହ ଆଫେୟାର କଥା ପଚାରିବାରୁ ସେ କହିଥିିଲେ ଆପଣ ଆମ ମାନଙ୍କ ବିଷୟରେ (ବିପାଶା ବସୁ , ମଲାଇକା ଓ ସୁଜାନ ଖାନ) ବିଷୟରେ କଥା ହୁଅନ୍ତୁ । ଆମେ ସମସ୍ତେ ବହୁତ ସ୍ୱାଧୀନ ଚିନ୍ତାଧାରର ମଣିଷ, ଏନେଇ କିଛି କଥା ହୁଅନ୍ତୁ । ଏପରି ଗସିପ କରି କିଛି ଲାଭ ନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe