ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି କି ? ଜାଣନ୍ତୁ କିପରି କରିବେ ରୂପସଜ୍ଜା, ମହିଳାଙ୍କ ପାଇଁ କିଛି ଟିପ୍ସ . . . .

47

ସାଧାରଣତଃ ଇଣ୍ଟରଭିୟୁ ଯିବା ପୂର୍ବରୁ ଝିଅମାନେ ସର୍ବଦା ଦ୍ୱନ୍ଦ୍ୱରେ ରହିଥାନ୍ତି କି କିପରି ଭାବରେ ସେ ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ । ଆଉ ଯଦି ଆପଣ ବି ଏହି ବିଷୟରେ ଭାବୁଅଛନ୍ତି ତେବେ ଚିନ୍ତା କରିବାର କୌଣସି ହେଲେ ବି କାରଣ ନାହିଁ । କାହିଁକି ନା, ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଧ୍ୟାନ ରଖି ଆପଣ ଆପଣଙ୍କ ଲୁକକୁ ବହୁତ ଆକର୍ଷଣୀୟ କରିବ ।  ତେବେ ଆସନ୍ତୁ ଜାଣିବା ଏନେଇ ଉପାୟ ….

୧- ଇଣ୍ଟରଭ୍ୟୁକୁ ଯିବାବେଳେ ଆପଣ କୌଣସି ଓଜନିଆ ଅଳଙ୍କାର ପିନ୍ଧନ୍ତୁ ନାହିଁ । ଇଣ୍ଟରଭ୍ୟୁ ଯିବା ପୂର୍ବରୁ ଆପଣଙ୍କୁ ସର୍ବଦା ଏହି କଥା ଉପରେ ଧ୍ୟାନ ରଖିବାକୁ ହେବ ଯେ,ଯେପରି ଆପଣ ଯାହାବି ଅଳଙ୍କାର ପିନ୍ଧିଥାନ୍ତୁ ନା କାହିଁକି,ତାହା ଯେପରି ହେବି ହୋଇନଥାଏ । ଏହା ସଙ୍ଗେ ସଙ୍ଗେ ସଙ୍ଗେ ଉକ୍ତ ଅଳଙ୍କାରଗୁଡ଼ିକ ଯେପରି ବଡ଼ ହୋଇନଥାଏ । ଇଣ୍ଟରଭ୍ୟୁ ଯିବା ସମୟରେ ସର୍ବଦା ଧ୍ୟାନ ରଖିବେ ଆପଣଙ୍କର ଲୁକ୍ ଯେପରି ସରଳ ଓ ଆକର୍ଷୀଣ ହୁଏ । ଏହବ୍ୟତୀତ ଆପଣଙ୍କ ପୋଷାକ ପିନ୍ଧିବା ଶୈଳୀ ଅନୁଯାୟୀ ଆପଣଙ୍କ ଅଳଙ୍କାର ଯେପରି ମ୍ୟାଚିଙ୍ଗ୍‌ ହେବ ଓ ହାଲ୍‌କା ହୋଇବ ଏହା ଉପରେ ମଧ୍ୟ ଆପଣଙ୍କୁ ନଜରରେ ରଖିବାକୁ ପଡ଼ିବ ।

୨- ତେବେ ଆପଣ ଏହି ଖାସ୍‌ ମୌକାରେ ଆପଣଙ୍କ କପଡ଼ାର ମଧ୍ୟ ଧ୍ୟାନ ରଖନ୍ତୁ ।  ଆପଣ ଫୁଲ୍‌ ସ୍ଲିବ୍‌ ବା କ୍ୱାଟର ବାଲା ସାର୍ଟ କିମ୍ବା କୁର୍ତ୍ତି ପରିଧାନ କରି ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ । ଏହା ନା କେବଳ ଦେଖିବାକୁ ଭଲ ହୋଇଥାଏ,ତାହା ନୁହେଁ ବରଂ ଏହା ଆପଣଙ୍କୁ ଭଲ ଏକ ପ୍ରଫେସ୍‌ନାଲ୍‌ ଲୁକ୍‌ ମଧ୍ୟ ଦେଇଥାଏ ।

୩- ଏତଦ୍‌ ବ୍ୟତୀତ ଆପଣ ସାଧାରଣ ମେକଅପ୍‌ ନେଇ ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ । ଯେପରିକି କାଜଲ,ଆଇଲାଇନର୍‌,ମସ୍କରା ଏବଂ କିଛି ମାତ୍ରାରେ ଆଇ ସ୍ୟାଡୋ ବି ଲଗାନ୍ତୁ । ଏହା ସଙ୍ଗେ ସଙ୍ଗେ ଆପଣ ଆପଣଙ୍କ କ୍ରିମ୍‌ରେ କିଛି ମାତ୍ରାରେ ଫାଉଣ୍ଡେସନ୍‌କୁ ମିଶାଇକି ଲଗାନ୍ତୁ ।

୪- ଏହା ସହିତ ଆପଣ ଆପଣଙ୍କର କେଶ ସାଜସଜ୍ଜା ଉପରେ ମଧ୍ୟ ଧ୍ୟାନ ରଖନ୍ତୁ। ଇଣ୍ଟରଭ୍ୟୁ ଯିବାପୂର୍ବରୁ ସାଧା ସିଧା ହେୟାର୍‌ ଷ୍ଟାଇଲ୍‌ କରି ଯାଆନ୍ତୁ ।