କନକ ବ୍ୟୁରୋ : ମା ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରିଲା ୬୩ ଲକ୍ଷଟଙ୍କା ସହ ସୁନା, ରୁପା । ଛଅମାସ ପରେ କଡ଼ା ସୁରକ୍ଷା ବଳୟରେ ରାୟଗଡ଼ା ମା ମଝିଘରିୟାଣୀଙ୍କ ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡିରୁ ଅଚଳ ଓ ବିଦେଶୀ ଟଙ୍କା ମଧ୍ୟ ବାହାରିଛି । ଟଙ୍କା ଗଣତି ବେଳେ ପୋଲିସ, ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ରାତି ପ୍ରାୟ ୮ଟା ଯାଏ ଗଣତି କାର୍ଯ୍ୟ ଜାରି ରହିଥିଲା ।

Advertisment

ହୁଣ୍ଡିରୁ ୬୩ ଲକ୍ଷ ଟଙ୍କା ୩୮ ହଜାର ୧୦୫ ଟଙ୍କା ବାହାରିବା ସହ ୧୦୨ ଗ୍ରାମ ସୁନା ଏବଂ ୨କେଜି ୩୪୭ ଗ୍ରାମ ରୁପା ବାହାରିଛି । ୨ଟି ବିଦେଶୀ ନୋଟ ଡଲାର ହୁଣ୍ଡିରୁ ବାହାରିଛି । ହୁଣ୍ଡିରୁ ୭୯ଟି ଅଚଳ ୫ଶହ ଟଙ୍କିଆ ଓ ଗୋଟେ ହଜାର ଟଙ୍କିଆ ନୋଟ ବାହାରିଛି । ହୁଣ୍ଡିରୁ ବାହାରିଥିବା ସମସ୍ତ ଟଙ୍କା ଓ ଅଳଙ୍କାରକୁ ମନ୍ଦିିର ତରଫରୁ ଆନ୍ଧ୍ର ବ୍ୟାଙ୍କରେ ଜମା କରାଯାଇଛି ।