ତାଲାବନ୍ଦରେ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ : ଚାଉଳ କେଜିଏକୁ ମହୁଲ କେଜିଏ ଦେଇ ସରଳ ବିଶ୍ୱାସୀ ଲୋକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ

Advertisment
ତାଲାବନ୍ଦରେ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ : ଚାଉଳ କେଜିଏକୁ ମହୁଲ କେଜିଏ ଦେଇ ସରଳ ବିଶ୍ୱାସୀ ଲୋକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ

http://tomtiki.com/

କନକ ବ୍ୟୁରୋ : ସରକାରୀ ମୂଲ୍ୟରେ କିଣିବାଲାଗି ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କର ମଧ୍ୟ ଲକ୍‌ଡାଉନ୍‌ରେ ଦେଖାନାହିଁ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଶୋଷଣ କରିବାରେ ଲାଗିଛନ୍ତି । ସେମାନେ ବର୍ତ୍ତମାନ ଆଦିବାସୀଙ୍କର ଅସହାୟ ପରିସ୍ଥିତିର ଫାଇଦା ଉଠାଇ କେଜିଏ ଚାଉଳ ବଦଳରେ କେଜିଏ ମହୁଲ ଫୁଲ ଠକି ନେଉଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ତଥା ଅନ୍ୟ ପାରମ୍ପରିକ ବନବାସୀଙ୍କ ପାଇଁ ଗ୍ରୀଷ୍ମ ସମୟରେ ମହୁଲ ଫୁଲ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇ ଆସିଛି। କିନ୍ତୁ ଚଳିତବର୍ଷ ପ୍ରବଳ ଖରାରେ ବର୍ତ୍ତମାନ ମହୁଲ ଫୁଲ ସଂଗ୍ରହ ଚାଲିଥିବାବେଳେ ଲକ୍‌ଡାଉନ୍‌ ଯୋଗୁ ତାକୁ ବିକ୍ରି କରି କିପରି ଉଚିତ ମୂଲ୍ୟ ପାଇବେ ଚିନ୍ତାରେ ଅଛନ୍ତି ଲୋକେ। ଲକ୍‌ଡାଉନ୍‌ ସମୟରେ ଅନ୍ୟ କାମଧନ୍ଦା ନଥିବାରୁ ଅଧିକାଂଶ ଆଦିବାସୀ ପରିବାରର ସବୁ ସଦସ୍ୟ ମହୁଲ ଫୁଲ ସଂଗ୍ରହରେ ଲାଗି ପଡ଼ିଛନ୍ତି। ଲକ୍‌ଡାଉନ୍ କଟକଣା ଭାଙ୍ଗି ପୁଲିସର କୋପଦୃଷ୍ଟିରେ ପଡ଼ିବା ଭୟରେ ସେମାନେ ମୁଖ୍ୟ ରାସ୍ତାରେ ନଯାଇ ବଣ ବିଲ ଭିତରେ ଯାଇ ମହୁଲ ସଂଗ୍ରହ କରୁଛନ୍ତି।
ରୋଜଗାର ହରାଇଥିବା ଗରିବ ଦିନ ମଜୁରିଆ ଲୋକେ ପରିବାର ଚଳାଇବାକୁ ନାକେଦମ୍ ହୋଇଥିବାବେଳେ ପରିବାରର ଭୋକ ମେଣ୍ଟେଇବାକୁ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାକୁ ଲୋକେ ମହୁଲ ଫୁଲ ଶୁଖିଲା ପରେ ତୁରନ୍ତ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଅନେକ ଅସାଧୁ ବ୍ୟବସାୟୀ ଗାଁଗୁଡିକରେ ସକ୍ରିୟ ହେଲେଣି। ଲୋକଙ୍କ ଅଭାବର ସୁଯୋଗ ନେପଇ ସେମାନେ ଅତି କମ୍ ଦରରେ ଆଦିବାସୀଙ୍କଠାରୁ ମହୁଲ କିଣି ନେଉଛନ୍ତି।
ଚଳିତବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ ସମିତିର ୧୧.୧୦.୧୯ ତାରିଖ ଅଧିବେଶନ ଅନୁସାରେ, ମହୁଲ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ ୪୦ ଟଙ୍କା ରଖାଯାଇଛି। ହେଲେ କିଏ କିଣିବ ଏନେଇ ସାଧାରଣ ଲୋକେ ଏବେ ମଧ୍ୟ ଅନ୍ଧାରରେ ଅଛନ୍ତି। ସରକାରୀ ମୂଲ୍ୟରେ କିଣିବାଲାଗି ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କ ମଧ୍ୟ ଲକ୍‌ଡାଉନ୍‌ରେ ଦେଖାନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe