ଜେଲ ଗଲେ ମହିମା ମିଶ୍ର : ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କୁଜଙ୍ଗ କୋର୍ଟରେ ଆତ୍ମସମର୍ପଣ ପରେ ଗଲେ ଜେଲ୍

98

କନକ ବ୍ୟୁରୋ : କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ ପରେ ଜେଲ ଗଲେ ମହିମା ମିଶ୍ର । ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଥିଲେ ମହିମା । ପାରାଦୀପ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ମହିମା ମିଶ୍ର । ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ୧୦ଜଣଙ୍କ ନାଁରେ ଜଗତସିଂହପୁର ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା ।

nbw- issue against osl md mahima-mishra-

ସେମାନଙ୍କ ମଧ୍ୟରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ଏମଡି ମହିମା ମିଶ୍ର ଓ ତାଙ୍କ କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ ରହିିଛନ୍ତି । ୨୦୧୬ ଅକ୍ଟୋବର ମାସ ୨୬ ତାରଖରେ ପାରାଦୀପ ମଧୁବନ ସ୍ଥିତ ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୧୬ ଡିସେମ୍ବର ମାସରେ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା ପୋଲିସ୍ । ତାପରେ ତାଙ୍କୁ ଓଡିଶା ହାଇକୋର୍ଟ ଜାମିନ ଦେଇଥିଲେ । ଅସୁସ୍ଥ ଦର୍ଶାଇ ଜାମିନ ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।