ଦୟା ପାଣିକୁ ସାବଧାନ ! ରାଜସ୍ୱ ମନ୍ତ୍ରୀ କହିଲେ, ଦୟାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ

59

କନକ ବ୍ୟୁରୋ : ଦୂଷିତ ହେଉଛି ଦୟା ନଦୀ ପାଣି । ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ସବୁ ନାଳ ପାଣି ଗାଙ୍ଗୁଆ ନାଳରେ ପଡେ । ଏଠାକାର ପାଣି ଦୟାନଦୀରେ ମିଶୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଇଛି । ଏ ନେଇ ଆଜି ସମୀକ୍ଷା ବୈଠକ ହୋଇଥିଲ।। ଏହାର ମୁକାବିଲା ପାଇଁ ଗଙ୍ଗୁଆ ଓ ୬ଟି ସ୍ଥାନରେ ଏସଟିପିସି ଟ୍ରିଟମେଂଟ ପ୍ଲାଂଟ କରାଯିବ । ଏଥିଲାଗି ୮ଶହ କୋଟିର ବ୍ୟୟବରାଦ ହୋଇଛି ।

ଦୁଇଟି ଏସଟିପିର କାମ ସରିଥିବାେବେଳେ ବାକି କାମ ୨ ବର୍ଷରେ ସରିବ । ଏହି କାମ ପାଇଁ କେତେ ଘର ଭଙ୍ଗାଯିବ ତାର ଆକଳନ ପାଇଁ ଆଉ ଏକ ବୈଠକ ହେବ । ଦୟାନଦୀ ହେଉଛି କୁଆଖାଇ ନଦୀର ଶାଖାନଦୀ । ପୁରୀ ଓ ଖୋର୍ଦା ଜିଲ୍ଲାରେ ଏହି ନଦୀ ୩୭ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇଛି । ବିଶେଷକରି ଭୁବନେଶ୍ୱର ଉପକଣ୍ଠ ଅଂଚଳ ଏହାଦ୍ୱାରା ବେଶୀ ପ୍ରଭାବିତ ହେଉଛି । ପ୍ରସିଦ୍ଧ ଧଉଳିଗିରି ଦୟା ନଦୀ କୂଳରେ ରହିଛି ।