ଶିବସେନା ପାଇଁ ବୁମେରାଂ ହେଲା ୫୦-୫୦ ଫର୍ମୁଲା : ଅଢ଼େଇ-ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ତ୍ତ ରଖିଲା ଏନସିପି 

3,599

କନକ ବ୍ୟୁରୋ : ଶିବସେନା ପାଇଁ ବୁମେରାଂ ହେଲା ୫୦-୫୦ ଫର୍ମୁଲା । ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହାନ୍ତି ଶରଦ ପାୱାର । ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ମହାରାଷ୍ଟ୍ର ସରକାର ଗଠନରେ ପୁଣି ଆସିଲା ନୂଆ ଟ୍ୱିଷ୍ଟ । କଂଗ୍ରେସର ନିଷ୍ପତ୍ତି ଉପରେ ସରକାର ଗଠନ ନିର୍ଭର କରୁଛି ବୋଲି କହୁଥିବା ଏନସିପି ଶିବସେନା ସାମ୍ନାରେ ନୂଆ ସର୍ତ୍ତ ରଖିଛି । ଏପଟେ କଂଗ୍ରେସ ନୁହେଁ ବରଂ ଏନସିପି ପାଇଁ ସରକାର ଗଠନରେ ବିଳମ୍ବ ହେଉଛି ବୋଲି କହିଛି କଂଗ୍ରେସ । ଶରଦ ପାୱାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହୁଁଛନ୍ତି । ଉଭୟ ଶିବସେନା ଓ ଏନସିପି ଅଢ଼େଇ-ଅଢ଼ଇ ବର୍ଷ ମୁଖ୍ୟମନ୍ତ୍ରୀ ମଙ୍ଗ ସମ୍ଭାଳନ୍ତୁ ବୋଲି ସେ ମତ ରଖିଛନ୍ତି ।

ମହାରାଷ୍ଟ୍ରର ସରକାରେ ଗଠନ ବାଟ ଫିଟିବା ବଦଳରେ ମନ୍ଥର ହୋଇଯାଉଛି । ସରକାର ଗଠନ ପାଇଁ ବିପେପି ଅଅସମର୍ଥତା ପ୍ରକାଶ କରିବା ପରେ ଶିବସେନାକୁ ସୁଯୋଗ ଦିଆଯାଇଥିଲା । ଶିବସେନା-ଏନସିପି ମେଣ୍ଟ ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ ପଡ଼ୁଥିବା ବେଳେ ଏବେ ଏନସିପି ମୁଖ୍ୟ ଶରଦ ପାୱାର ସରକାର ଗଠନରେ କେଁ ପୁରାଇଛନ୍ତି । ଏନସିପି  ପକ୍ଷରୁ ଶିବସେନା ସମ୍ମୁଖରେ ୫୦-୫୦ ଫର୍ମୂଲା ଉପସ୍ଥାପନ କରାଯାଇଛି  । ୫୦-୫୦ ଫର୍ମୁଲାରେ ଫସିଲା ଶିବସେନା । ପାଓ୍ବାର ଅଢ଼େଇ-ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଥିବା କଥା କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୫୦-୫୦ ଫର୍ମୁଲା ପାଇଁ ବିଜେପି ସହ ୩୦ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗିଲା ଶିବସେନା । ସେହି ଫର୍ମୁଲାରେ ଫସିଯାଇଛି ଶିବସେନା । ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ସରକାର କିଏ ଗଢ଼ିବ ତା’ ଉପରେ ସମସ୍ତଙ୍କ ନଜର ରହିଛି ।