ମୁମ୍ବାଇର ଓଏନଜିସି ପ୍ଲାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ : ୫ ଜଣ ଜୀବନ୍ତ ଦଗ୍ଧ, ୮ ଗୁରୁତର

219

କନକ ବ୍ୟୁରୋ : ମୁମ୍ବାଇର ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନଜିସି) ପ୍ଲାଂଟରେ ଭୀଷଣ ଅଗ୍ନିକାଣ୍ଡ । ନବୀ ମୁ୍ମ୍ବାଇର ଓଏନଜିସି କୋଲ୍ଡ ଷ୍ଟୋରେଜରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୮ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ଶ୍ରମିକଙ୍କୁ ଉଦ୍ଧାର ପରେ ତୁରନ୍ତ ୟୁରାନ୍ ରୁରାଲ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଏବେ ପର୍ଯ୍ୟନ୍ତ କୋଲ୍ଡ ଷ୍ଟୋରେଜରେ ପ୍ରାୟ ୧୨ ଜଣରୁ ଅଧିକ ଲୋକ ଫସିଥିବାର ସୂଚନା ମିଳିଛି ।

ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି ଆ ଖପାଖ ଅଞ୍ଚଳକୁ ଖାଲି କରିଦିଆଯାଇଛି । ଘଟଣାସ୍ଥଳରେ ଦମକଳବାହୀନିର ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛି । ଦମକଳ ବାହିନୀ ବ୍ୟତୀତ ଓଏନଜିସି ଟିମ ମଧ୍ୟ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ପ୍ଲାଣ୍ଟରେ ମହଜୁଦ ଏଲପିଜି ଗ୍ୟାସ ଯୋଗୁଁ ନିଆଁବଢ଼ିବାରେ ଲାଗିଛି । ଏହାକୁ ଦେଖି ବର୍ତ୍ତମାନ ପ୍ଲାଟରେ ଗ୍ୟାସ ପ୍ରୋସେସିଂ ରୋକିଦିଆଯାଇଛି । ଗ୍ୟାସ ସପ୍ଲାଇ ମଧ୍ୟ ରୋକିଦିଆଯାଇଛି । ସୂଚନା ଅନୁସାରେ ସକାଳ ପ୍ରାୟ ୭ ଟାରରୁ ନିଆଁ ଲାଗିଛି । ସୂଚନାଯୋଗ୍ୟ ଏହି ପ୍ଲାଣ୍ଟରୁ ବାହାରୁଥିବା ଏଲପିଜି ଗ୍ୟାସ ମୁମ୍ବାଇ ସହରର ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ ।