ମହାରାଷ୍ଟ୍ର ସରକାରଙ୍କ ବଡ଼ ପଦକ୍ଷେପ ! ଆଉ ଲିକ୍ ହେବନି କୌଣସି ବି ସିନେମା

39

ଏବେଠାରୁ ଆଉ ଲିକ୍ ହେବ ନାହିଁ କୌଣସି ସିନେମା । ସିନେମା ଲିକ୍ ଯୋଗୁଁ ବଲିଉଡ଼ ଜଗତ ଚିନ୍ତାରେ ଥିବା ବେଳେ ମହାରାଷ୍ଟ୍ର ସରକାର ଏନେଇ ଏକ ବଡ଼ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ନେବା ପାଇଁ ବିଚାର କରିଛନ୍ତି । ଖୁବ ଶୀଘ୍ର ମୁମ୍ବାଇରେ ପ୍ରଥମ ଥର ପାଇଁ ପିପକୋ ନାମକ ଆଂଟି ପାଇରେସି ସ୍ୱାର୍ଡ଼ ମହଜୁଦ ରହିବ । ‘ଉଡ଼ତା ପଞ୍ଜାବ’, ‘ସୁଲତାନ’ ପରି ବଡ଼ ସିନେମା ଲିକ ହେବାର ଖବର ଆସିଥିଲା । କେବଳ ଏତିକି ନୁହଁ ବଲିଉଡ଼ରେ ଆଉ ଅନେକ ସିନେମା ଲିକ୍ ହେବାର ଅଭିଯୋଗ ଆସିଛି ।

ଯାହାଦ୍ୱାରା ବଲିଉଡ଼କୁ ବହୁତ କ୍ଷତି ସହିବାକୁ ପଡ଼ୁଛି । ଏହି ସମସ୍ୟାର ସମାଧାନ ପାଇଁ ଲଗାତାର ଚେଷ୍ଟା କରାଯାଉଛି । ଖୁବ ଶୀଘ୍ର ମହାରାଷ୍ଟ୍ର ସାଇବର ସେଲ୍ ଏକ ନୂତନ ଯୋଜନା ଆରମ୍ଭ କରିବା ପାଇଁ ଯାଉଛି, ଯେଉଁଠି ଏକ ସ୍ୱତନ୍ତ୍ର ଦଳ ସ୍ଥାପିତ କରାଯିବ । ଏହି ସ୍ୱତନ୍ତ୍ର ଦଳ ବଲିଉଡ଼, ହଲିଉଡ଼ ଓ କୌଣସି ବି ପ୍ରକାର କମର୍ସିଆଲ ଭିଡ଼ିଓ ଚୋରୀ ଉପରେ ନଜର ରଖିବ ।

ସୂଚନା ଅନୁସାରେ ମହାରାଷ୍ଟ୍ରର କିଛି ପୋଲିସ ଲଂଡ଼ନର ପିପକୋରେ ଏନେଇ ୩ ମାସର ପ୍ରଶିକ୍ଷଣ ପୁରା କରି ଆସିଛନ୍ତି । ଯାହା ଫଳରେ ଏବେ ମହାରାଷ୍ଟ୍ରରେ ମୋସନ ଫିଲ୍କ ଆସୋସିଏସନ ସାହାଯ୍ୟରେ ଏହି ମିଶନକୁ ଆରମ୍ଭ କରାଯିବ । ଏହି ପ୍ରୋଜେକ୍ଟରେ ୯ରୁ ୧୦ ଜଣ ଲୋକ ସାମିଲ ରହିବେ । ଏଥିରେ ୫ ଜଣ ଫିଲ୍ମ ଆସୋସିଏସନରୁ ଓ ଅନ୍ୟ ୫ ଜଣ ସାଇବର ବିଭାଗରୁ ରହିବେ । ଏହାର କାର୍ଯ୍ୟଳୟ ୱାଲ୍ଡ ଟ୍ରେଡ଼ ସେଂଟରରେ ରହିବ ।