ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି : ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଜ୍ୟପାଳ କେନ୍ଦ୍ରକୁ ସୁପାରିଶ କରିଥିବା ନେଇ ଚର୍ଚ୍ଚା

Advertisment
କେବେ ସରକାର ଗଠନ ହେବ ମହାରାଷ୍ଟ୍ରରେ ? ସୋନିଆଙ୍କୁ ଶରଦ ଭେଟିବା ପରେ ବି ଚିତ୍ର ହେଉନାହିଁ ସ୍ପଷ୍ଟ

କନକ ବ୍ୟୁରୋ : ରୋଚକ ମୋଡ଼ରେ ରାଜନୀତି । ମହାରାଷ୍ଟ୍ରରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଜ୍ୟପାଳ କେନ୍ଦ୍ରକୁ ସୁପାରିଶ କରିଥିବା ନେଇ ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏବେବି ଜାରି ରହିଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ଦେବା ପରେ ଏବଂ ଶିବସେନାଙ୍କୁ ଅଧିକ ସମୟ ମିଳିବା ପୂର୍ବରୁ ସବୁ କିଛି ନିର୍ଭର କରୁଥିଲା ଏନ୍ସିପି ଉପରେ । ଆଉ ଏନ୍ସିପି ୨୪ ଘଂଟାର ମହଲତ ଦେଇଥିଲେ ରାଜ୍ୟପାଳ । ହେଲେ ଏହା ପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ବିଚାରବିର୍ମସ ହେଉଥିବା ନେଇ ଜାତୀୟ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି । କୁହାଯାଉଛି- ରାଜ୍ୟପାଳ ଭଗତ ସିଂହ କୋଶରୀ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଆଇନଗତ ଦିଗ ଉପରେ ବିଚାର କରୁଥିବା ଚର୍ଚ୍ଚା ହେଉଛି । ଏମିତି କି ଏ ସଂପର୍କରେ କ୍ୟାବିନେଟ୍କୁ ଜଣାଇ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଖବର ପ୍ରକାଶ ପାଇଛି ।

ଏପଟେ ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ? କିଏ ହେବେ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ଶିବସେନା ସଂଜୟ ରାଉତଙ୍କ ଟ୍ୱିଟ୍ ହିଁ ବୟାନ କରୁଛ । ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ କେତେ ଦୃଢ଼ ନିଶ୍ଚିତ ଦଳ । ଶିବସେନା ସାଂସଦ ସଂଜୟ ରାଉତ ଠିକ୍ ହିନ୍ଦୀ ସିନେମାର ସଂଳାପ ଶୈଳୀରେ ଟୁଇଟ୍ କରି ଲେଖିଛନ୍ତି- ଚେଷ୍ଟା କରୁଥିବା ଲୋକଙ୍କ କେବେ ପରାଜୟ ହୁଏନି । ଆମେ ନିଶ୍ଚିତ ଆମେ ସଫଳ ହେବୁ । ପରୋକ୍ଷରେ ସଂଜୟ ରାଉତ ସୁଚାଇ ଦେଇଛନ୍ତି ଯେ, ଶିବସେନା ହିଁ ସରକାର ଗଠନର ମଙ୍ଗ ଧରିବ । ଏହା ପୂର୍ବରୁ ଏନ୍ସିପି ମୁଖ୍ୟ ଶରତ ପାୱାର ସଂଜୟ ରାଉତଙ୍କୁ ଦେଖା କରିଛନ୍ତି । ସଂଜୟ ରାଉତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ତାଙ୍କ ପାଖକୁ ଯାଇ ଭେଟିଛନ୍ତି ଶରଦ ପାୱାର ।

ବଡ଼ କଥା ହେଉଛି ସଂଜୟ ରାଉତଙ୍କ ଭେଟି ସାରିବା ପରେ ନିଜ ପ୍ରତିକ୍ରିୟା ରଖି ସାମ୍ବାଦିକଙ୍କୁ ପ୍ରଶ୍ନ କରି କହିଛନ୍ତି- ଏନ୍ସିପିର ବୈଠକ ଅଛି ବୋଲି କିଏ କହିଲା । ଏପଟେ ଆଜି ସନ୍ଧ୍ୟା ୭ଟା ୩୦ ସୁଦ୍ଧା ସରକାର ଗଠନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ ଏନ୍ସିପି । କାରଣ ରାଜ୍ୟପାଳ ଏନ୍ସିପିକୁ ୨୪ ଘଂଟାର ମହଲତ ଦେଇଛନ୍ତି । ଆଉ ଏସବୁ ଭିତରେ କଂଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରୁନି, ଦଳ କରିବ କ’ଣ? କାରଣ ବିଚାରଧାରାରେ ଶିବସେନା ସହ ଖାପ ଖୁଆଉନଥିବା କଂଗ୍ରେସ, ସରକାର ଗଠନରେ ଶିବସେନାକୁ ସମର୍ଥନ କରିବ ନା’ ନିର୍ବାଚନୀ ପରବର୍ତୀ ମେଂଟ ସଂଭାବନାର ଭାବିଦାର ହେବ ତାକୁ ନେଇ କୌଣସି ସୂଚନା ମିଳିପାରୁନି । ତେବେ ସୂଚନା ଅନୁସାରେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଏନ୍ସିପି ମୁଖ୍ୟଙ୍କ ସହ ସରକାର ଗଠନ ନେଇ କଥା ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe