ବାଙ୍କୀରେ ପଶିଲା ମହାନଦୀ ପାଣି : ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ,୧୦ ହଜାର ଲୋକ ଜଳବନ୍ଦୀ

461

କନକ ବ୍ୟୁରୋ : ମହାନଦୀରେ ବନ୍ୟା ଜଳ ଆସିବା ଫଳରେ ବାଙ୍କୀ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଚାରିଟି ପଂଚାୟତ ବାଙ୍କୀ ସହ ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଛି । ସେପଟେ ସିମିଳପୁର ପଂଚାୟତ କଇଁଆ ନାଳ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ବିଲିପଡା ପଂଚ୍ରାତ ସମେତ ଆଉ ୩ଟି ପଂଚାୟତ ପାଣି ଘେରରେ ରହିଛି । ୧୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ସେପଟେ ଜଳବନ୍ଦୀ ହୋଇ ରହିଛି କେନ୍ଦୁଝର ହାଟଡିହି ବ୍ଲକ ଅଢେଇଦ୍ୱାର ଗାଁ । ୩ଫୁଟ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି ଲୋକେ । ପାଣି ଉପରେ ବିଦ୍ୟୁତ ଖୁଂଟ ପକାଇ ଅସୁରକ୍ଷିତ ଭାବେ ଲୋକମାନେ ଯିବା ଆସିବା କରୁଛନ୍ତି । ଗାଁରୁ ବାହାରକୁ ବାହାରିଲେ ବରାଙ୍ଗ-ଜାବିନିପୁର ମୁଖ୍ୟ ରାସ୍ତା । ଏହି ରାସ୍ତାରେ ଲୋକେ ଶାଳିନିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ହାଟଡିହି ବ୍ଲକ ଯାଇଥାନ୍ତି । ଯେକୌଣସି କାମ ପାଇଁ ଲୋକଙ୍କୁ ନାଳ ପାର ହେବାକୁ ପଡୁଛି । ହେଲେ ପୋଲ ଭାଙ୍ଗିଯିବାରୁ ୮ ବର୍ଷ ହେବ ଲୋକେଅସୁବିଧାର ସମ୍ମୁଖୀନ ହେଉଛନ୍ତି ।