କନକ ବ୍ୟୁରୋ : ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡିଶାର ମଧ୍ୟବର୍ତ୍ତୀକାଳିନ ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲରେ ଆଜି ଦ୍ୱିତୀୟ ଶୁଣାଣି ହେବ । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଅକ୍ଟୋବର ୯ତାରିଖରେ ଛତିଶଗଡ ଦ୍ୱାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ୬ଟି ବ୍ୟାରେଜରେ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଅନ୍ତରୀଣ ଆବେଦନ କରାଯାଇଥିଲା ।
ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣିରେ ଓଡିଶାର ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଟ୍ରିବ୍ୟୁନାଲ ଛତିଶଗଡ ସମେତ ୪ଟି ରାଜ୍ୟକୁ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଚଳିତମାସ ୩ତାରିଖରେ ଛତିଶଗଡ ଓ ମହାରାଷ୍ଟ୍ର ଦ୍ୱାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡିଶାର ଅନ୍ତରୀଣ ଆବେଦନ ଉପରେ ସତ୍ୟପାଠ ଦାଖଲ କରାଯାଇଥିଲା । ଉଭୟ ରାଜ୍ୟ ଦ୍ୱାରା ଓଡିଶା ଆବେଦନକୁ ଖାରଜ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/MAHANADI.jpg)