ମହାନଦୀ ବନ୍ୟାର ସାଇଡ ଇଫେକ୍ଟ : ବାଙ୍କୀର ତଳିଆ ଅଂଚଳଗୁଡିକରେ ଏବେ ବି ଛାଡୁନି ପାଣି, ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ

42

କନକ ବ୍ୟୁରୋ : ଚାଷ ଜମିରେ ଜମିଛି ଅଂଟାଏ ଅଂଟାଏ ପାଣି । ବାଙ୍କି ଡ଼ମପଡ଼ା ବ୍ଲକ କୁସପଙ୍ଗି ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ । ଏହା ସହ ଋଣ କରି ଫସଲ କିରିଥିବା ଚାଷୀ ଋଣ ସୁଝିବା ପାଇଁ ମଧ୍ୟ କଷ୍ଟକର ହୋଇପଡ଼ିଛି । ମହାନଦୀରେ ବନ୍ୟାଜଳ ନିଷ୍କାସନ ପରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ମହାନଦୀ ଅବବାହିକାରେ ଥିବା ଶାଖାନଦୀ ଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଫଳରେ ବାଙ୍କି ଅଂଚଳରେ ଥିବା ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି । ଏକର ଏକର ଫସଲ ଜମିରେ ୫ଫୁଟ ଉଚ୍ଚରେ ବନ୍ୟା ପାଣି ଜମି ରହିଛି । ଖାଲି କୁସପଙ୍ଗି ପଂଚାୟତ ନୁହେଁ ବ୍ଲକର ପ୍ରାୟ ୧୩ଟି ପଂଚାୟତରେ ଦେଖିବାକୁ ମିଳିଛି ସମାନ ଅବସ୍ଥା । ସେହିପରି କଳାପଥର, ବନ୍ଦାଳ ଗୋବିନ୍ଦପୁର, ରତାଗଡ଼, ସୁବର୍ଣ୍ଣପୁର,ଓସ୍ତିଆ, ସୁମିଳିପୁର ଓ ବିଲିପଡ଼ା ଅଂଚଳରେ ଏବେବି ବନ୍ୟା ଜଳ ପ୍ରବାହିତ ହେଉଛି । ପାଣି ନିଷ୍କାସନ ହେବାକୁ ଆହୁରୀ ୬ରୁ ୭ଦିନ ଲାଗିବ ବୋଲି ଅନୁମାନ କରାଯାଉଛି ।

ସେପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରୁ ଉତର-ପୂର୍ବ ଦିଗକୁ ମନସୁନ ଟ୍ରାପ ଜାରି ରହିଥିବାରୁ ଏହା ପ୍ରଭାବରେ ଉତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାଜାରି ରହିଛି । ଏହି ବର୍ଷା ଆହୁରି ୨ ଦିନ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଉତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଏନେଇ ୨୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୩ ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଂଜରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି । ଆଜି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ , ଦେବଗଡ, ସମ୍ବଲପୁର, ଝାରୁସୁଗୁଡା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଚେତାବନୀ ଦିଆଯାଇଛିା ଆସନ୍ତାକାଲି ବି କେତୋଟି ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।