ମହାକାଳପଡା ରାଧାନଗର ଗାଁକୁ ରାସ୍ତା ନାହିଁ : ଡଙ୍ଗା ଭରଷାରେ ୩୦ ପରିବାର, ଗୋବରୀ ନଦୀରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ପାର ହେଉଛନ୍ତି ସ୍କୁଲ ପିଲା

Advertisment
ମହାକାଳପଡା ରାଧାନଗର ଗାଁକୁ ରାସ୍ତା ନାହିଁ : ଡଙ୍ଗା ଭରଷାରେ ୩୦ ପରିବାର, ଗୋବରୀ ନଦୀରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ପାର ହେଉଛନ୍ତି ସ୍କୁଲ ପିଲା
କନକ ବ୍ୟୁରୋ : ଗାଁକୁ ନାହିଁ ରାସ୍ତା, ଡଙ୍ଗା ହିଁ ଭରଷା । ମହାକାଳପଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାଧାନଗର ଗାଁକୁ ରାସ୍ତା ନଥିବାରୁ ଡଙ୍ଗା ଭରଷାରେ କାଳ କାଟୁଛନ୍ତି ଏହି ଗାଁରେ ବାସ କରୁଥିବା ୩୦ ପରିବାର । ଗୋବରୀ ନଦୀରେ ବିପଦସଂକୁଳ ଅବସ୍ଥାରେ ପ୍ରତିଦିନ ପାର ହେଉଛନ୍ତି ଗ୍ରାମବାସୀ  । ନଦୀ ଜୁଆରିଆ ଓ କୁମ୍ଭୀର ଚଳପ୍ରଚଳ ହେଉଥିଲେ ବି ନଦୀ ଆରପଟେ ଥିବା ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି ପିଲା ।  ସେମାନଙ୍କ ପାଖରେ ବିକଳ୍ପ ନାହିଁ ।
ତେବେ ସବୁଠୁ ବଡ କଥା ହେଉଛି ଏହା ଦିନକର ସମସ୍ୟା ନୁହେଁ । ରାତି ପାହିଲେ ପ୍ରତିଦିନ ଏଭଳି ସମସ୍ୟା ସମ୍ମୁଖୀନ ହେଉଛନ୍ତି ଏହି ଗାଁରେ ବାସ କରୁଥିବା ଶହେରୁ ଅଧିକ ଲୋକ । ଗାଁକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଯୋଜନା ହୋଇଥିଲେ ବି ପ୍ରଶାସନର ଅବହେଳା ଯୋଗୁଁ ଏହା ସମ୍ଭବ ହୋଇପାରିନି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe