କନକ ବ୍ୟୁରୋ : ଗାଁକୁ ନାହିଁ ରାସ୍ତା, ଡଙ୍ଗା ହିଁ ଭରଷା । ମହାକାଳପଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାଧାନଗର ଗାଁକୁ ରାସ୍ତା ନଥିବାରୁ ଡଙ୍ଗା ଭରଷାରେ କାଳ କାଟୁଛନ୍ତି ଏହି ଗାଁରେ ବାସ କରୁଥିବା ୩୦ ପରିବାର । ଗୋବରୀ ନଦୀରେ ବିପଦସଂକୁଳ ଅବସ୍ଥାରେ ପ୍ରତିଦିନ ପାର ହେଉଛନ୍ତି ଗ୍ରାମବାସୀ । ନଦୀ ଜୁଆରିଆ ଓ କୁମ୍ଭୀର ଚଳପ୍ରଚଳ ହେଉଥିଲେ ବି ନଦୀ ଆରପଟେ ଥିବା ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି ପିଲା । ସେମାନଙ୍କ ପାଖରେ ବିକଳ୍ପ ନାହିଁ ।
ତେବେ ସବୁଠୁ ବଡ କଥା ହେଉଛି ଏହା ଦିନକର ସମସ୍ୟା ନୁହେଁ । ରାତି ପାହିଲେ ପ୍ରତିଦିନ ଏଭଳି ସମସ୍ୟା ସମ୍ମୁଖୀନ ହେଉଛନ୍ତି ଏହି ଗାଁରେ ବାସ କରୁଥିବା ଶହେରୁ ଅଧିକ ଲୋକ । ଗାଁକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଯୋଜନା ହୋଇଥିଲେ ବି ପ୍ରଶାସନର ଅବହେଳା ଯୋଗୁଁ ଏହା ସମ୍ଭବ ହୋଇପାରିନି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Boat.jpg)