କନକ ବ୍ୟୁରୋ : ନିର୍ବନ୍ଧ ଆଗରୁ ଜଳିଗଲା ବିବାହ ସ୍ୱପ୍ନ । ଭୟାବହ ଅଗ୍ନିକାଣ୍ଡରେ ଘରଦ୍ୱାର ଜଳି ଯିବା ସହ ପୋଡି ପାଉଁଶ ହୋଇଯାଇଛି ଝିଅ ବାହାଘର ପାଇଁ ଘରେ ଥିବା ସୁନା ଗହଣା ଓ ନଗଦ ଟଙ୍କା । ଗତ ଗୁରୁବାର ଦିନ ସାଢେ ୧୨ଟାରେ ହୋଇଥିବା ଅଗ୍ନିକାଣ୍ଡରେ ମହାକାଳପଡା ଜାଲକଣା ଗାଁର ସବିତା ପ୍ରଧାନଙ୍କ ଝିଅ ବାହାଘର ସ୍ୱପ୍ନ ପୋଡି ପାଉଁଶ ହୋଇଯାଇଛି ।
ଝିଅ ବାହାଘର ପାଇଁ ଘରେ ରଖିଥିବା ସୁନାଗହଣା ଓ ଟଙ୍କାକୁ ନିଆଁ ଗିଳିଦେଇଛି । ଗୁରୁବାର ଦିନ ପ୍ରାୟ ସାଢେ ୧୨ଟାରେ ଲାଗିଥିବା ନିଆଁରେ ସବିତାଙ୍କ ଝିଅ ବାହାଘରର ସ୍ୱପ୍ନ ପୋଡି ପାଉଁଶ ହୋଇଯାଇଛି । ଆସନ୍ତା ବୁଧବାର ଝିଅର ନିର୍ବନ୍ଧ କରିବା ପାଇଁ ପୁଅ ଘର ଲୋକ କଥା ଦେଇଥିଲେ । ତେଣୁ ବ୍ୟାଙ୍କରୁ ଟଙ୍କା ଆଣିବା ସହ ଝିଅର ସୁନା ଗହଣା କିଣି ରଖିଥିଲେ ସବିତା । ଗତ ୩୦ ତାରିଖରେ କେନ୍ଦ୍ରାପଡା ମହାକାଳପଡା ଜାଲକଣା ଗାଁରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ଅଧା ଗାଁ ଜଳି ଯାଇଛି । ଆଉ ଏହାରି ଭିତରେ ରହିଛି ସବିତାଙ୍କ ଝିଅ ବାହାଘର ସାମଗ୍ରୀ ।
ଅଗ୍ନିକାଣ୍ଡ ପରେ ସର୍ବସ୍ୱ ହରାଇ ଅଗ୍ନି ବିପନ୍ନ ଖୋଲା ଆକଶ ତଳେ ଜୀବନ ବିତାଉଛନ୍ତି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଘଟଣାସ୍ଥଳ ବୁଲି ଦେଖିବା ସହ ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ପଲିଥିନ୍ ଦିଆଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରିଲିଫ ଯୋଗାଇ ଦିଆଯାଉଛି । ମହାକାଳପଡା ତହସିଲଦାର ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/NIRBANDHA.jpg)