ଆଜି ମହାନଦୀ ପାଇଁ ବିଜେଡି କରିବ ମହାସମ୍ମିଳନୀ ! ସାମିଲ ହେବେ ପ୍ରଭାବିତ ୧୫ ଜିଲ୍ଳାର ଲୋକପ୍ରତିନିଧ, ବିଜେଡି କାର୍ଯ୍ୟାଳୟରେ ବୈଠକ

Advertisment
ନୋଟିସ ଜାରି କଲେ ମହାନଦୀ ଟ୍ରିବୁନାଲ୍ ! ନିଜ ନିଜର ପ୍ରତିନିଧି ଚୟନ ପାଇଁ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ବିଜେଡିର ମହାସମ୍ମିଳନୀ । ମହାନଦୀ ପାଇଁ ଦିନକୁ ଦିନ ରାଜନୀତି ବଢ଼ିବାରେ ଲାଗିଛି । ଆଜି ମହାନଦୀ ପାଇଁ ବିଜେଡି କରିବ ମହାସମ୍ମିଳନୀ । ଯେଉଁଥିରେ ମହାନଦୀ ପ୍ରଭାବିତ ଜିଲ୍ଲାଗୁଡିକ ସାମିଲ ହେବେ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ମହାନଦୀ ପ୍ରଭାବିତ ୧୫ଟି ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏମାନେ ସିଧାସଳଖ ଆଲୋଚନା କରିବେ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ଜନ ପ୍ରତିନିଧୀ ।

ଏହାସହ ମହାନଦୀ ପଠାକୁ ସ୍ୱଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସମ୍ବଲପୁରରେ ମିନି ମାରାଥନ ଆୟୋଜନ । ଛାତ୍ରାଛାତ୍ରୀ ସାଧାରଣ ନାଗରିକଙ୍କ ସହିତ ସମ୍ବଲପୁରରେ ଥିବା ସମସ୍ତ ୟୁନିର୍ଭସିଟିର ଭିସି, ଡିଆରଏମ, ଡିଆଜି ସମତେ ଭିଆଇପିମାନେ ମାରାଥନରେ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe