କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ବାବା ଗ୍ୟାଙ୍ଗ୍ । ବିଭୁତି ଦେଇ, ମ୍ୟାଜିକ ଦେଖାଇ ସରଳ ଲୋକଙ୍କୁ ଲୁଟୁଛନ୍ତି ଭଣ୍ଡ ବାବା । ସ୍ପଷ୍ଟ ଦିବାଲୋକରେ ରାଜଧାନୀ ଭୁବନେଶ୍ୱରରେ ବାରମ୍ବାର ଏପରି ଘଟଣା ଘଟୁଛି । ବାବା ଗ୍ୟାଙ୍ଗ ବିରୋଧରେ ମାଳମାଳ ଅଭିଯୋଗ । ପୋଲିସ ଗୋଟିଏ ପଟେ ଅପରାଧୀଙ୍କ ଏନକାଉଣ୍ଟର କରୁଛି, ଅନ୍ୟପଟେ ନୂଆ ଉପାୟ ବାହାର କରି ଲୋକଙ୍କୁ ଲୁଟୁଛନ୍ତି ମ୍ୟାଜିକ୍ ବାବାଙ୍କ ଗ୍ୟାଙ୍ଗ୍ । ଲୋକଙ୍କୁ ମିଠା ମିଠା କଥା କହି ବଶୀଭୂତ କରୁଛନ୍ତି । ଆଉ ତା’ପରେ ବିଭୂତି ଲଗାଇବା ଆଳରେ ସୁନା, ଟଙ୍କାପଇସା ଓ ମୂଲ୍ୟବାନ ଚିଜ ନେଇ ଉଭାନ୍ ହୋଇଯାଉଛନ୍ତି । ବହୁରୂପୀ ବାବା ଗ୍ୟାଙ୍ଗ୍ ଏବେ କମିସନରେଟ୍ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ।

Advertisment

publive-image

ମ୍ୟାଜିକ ବାବାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ରାଜଧାନୀବାସୀ । ଲୋକଙ୍କୁ ବିଭୂତି ଦେଇ ଲୁଟ ଉଦ୍ୟମ ହେଉଛି । ପ୍ରଥମେ ବିଭୂତି ଫୋଫାଡ଼ି ବେହୋସ କରୁଛନ୍ତି । ଆଉ ତା’ପରେ ଲୁଟି ନେଉଛନ୍ତି । କଳା ରଙ୍ଗର ମଠା, ହାତରେ ବାଡ଼ି ଆଉ କାନ୍ଧରେ ଝୁଲା ପକାଇ ବାବା ବେଶରେ ଆସୁଛନ୍ତି ଲୁଟେରା । ପ୍ରଥମେ ଚନ୍ଦ୍ରଶେଖରପୁରରୁ ଜଣେ ଆଇନଜୀବୀଙ୍କୁ ଲୁଟିବା ପରେ ଗତକାଲି ସମାନ ଷ୍ଟାଇଲରେ ଆଉ ତିନି ଜଣ ମହିଳାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ଭଣ୍ଡ ବାବାଙ୍କ ଗ୍ୟାଙ୍ଗ । ବାବା ବେଶରେ ଆସି ପ୍ରଥମେ ଲୋକଙ୍କ ବିଶ୍ୱାସ ଜିଣୁଛନ୍ତି । ପ୍ରଥମେ କିଛି ଟଙ୍କା ମାଗି ସେଗୁଡ଼ିକୁ ବିଭୂତିରେ ପରିଣତ କରୁଛନ୍ତି । କେବଳ ସେତିକି ନୁହେଁ ଟଙ୍କାକୁ ଡେଉଁରିଆରେ ବି ପରିଣତ କରୁଛନ୍ତି । ଆଉ ମ୍ୟାଜିକ୍ ଦେଖାଇବା ପରେ ଭାଗ୍ୟ ପରିବର୍ତ୍ତନ କରିବାକୁ କହି ରାଜଧାନୀବାସୀଙ୍କୁ ଲୁଟୁଛନ୍ତି । ପ୍ରଥମ ଘଟଣା ଅନୁସାରେ ବାବା ବେଶରେ କିଛି ଲୁଟେରା ଆସି ଚନ୍ଦ୍ରଶେଖରପୁରରୁ ଜଣେ ଓକିଲକୁ ପ୍ରଥମେ ଲୁଟିଥିଲେ । ବିଭୁତି ପକାଇ ଓକିଲଙ୍କୁ ଲୁଟ କରିବାର ଠିକ୍ ଦୁଇ ଦିନ ପରେ ସମାନ ଅଞ୍ଚଳର ତିନି ଜଣ ମହିଳାଙ୍କୁ ଟାର୍ଗେଟ କରି ଫେଲ ମାରିଛନ୍ତି ମ୍ୟାଜିକ୍ ବାବା ଗ୍ୟାଙ୍ଗ୍ । ଗତକାଲି ହାଉସିଂ ବୋର୍ଡ଼ କଲୋନୀର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ବାବା ଗ୍ୟାଙ୍ଗ ନାଁରେ ଅଭିଯୋଗ କରିଛନ୍ତି ।

publive-image

ରାଜଧାନୀରେ ଏବେ ରାଜ କରୁଛନ୍ତି ମ୍ୟାଜିକ୍ ବାବାକ ଗ୍ୟାଙ୍ଗ୍ । କମିସନରେଟ୍ ପୋଲିସ ବାବା ଗ୍ୟାଙ୍ଗକୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି । ବାବାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଉାଉ ମଧ୍ୟ ଜାରି ରହିଛି । ଗୋଟିଏ ପଟେ ପୋଲିସ ବାବା ଗ୍ୟାଙ୍ଗକୁ ଖୋଜୁଛି, ଆଉ ଅନ୍ୟପଟେ ଥାନାରେ ବାବା ଗ୍ୟାଙ୍ଗର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଉଛି କିପରି? ଷ୍ଟୋନମ୍ୟାନକୁ କାବୁ କରିବା ପାଇଁ ରାଜଧାନୀ ଗଳିକନ୍ଦିରେ ତନ୍ନ ତନ୍ନ ପାଟ୍ରୋଲିଂ ଚାଲୁଥିବା ସତ୍ୱେ କେଉଁ ପରିସ୍ଥିତିରେ ଭଣ୍ଡବାବା ମାନେ ଅପରାଧ ଘଟାଉଛନ୍ତି ?