ମଧ୍ୟପ୍ରଦେଶରେ ପୁଣି ରାତି ଅଧିଆ ରାଜନୈତିକ ଡ୍ରାମା : କଂଗ୍ରେସର ୮ ବିଧାୟକଙ୍କୁ ବିଳାସପୂର୍ଣ୍ଣ ହୋଟେଲରେ ବିଜେପି ବନ୍ଧକ ରଖିବା ଅଭିଯୋଗ . . . . କଂଗ୍ରେସର କହିଲା, କମଳନାଥ ସରକାରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଛି ଭାରତୀୟ ଜନତା ପାର୍ଟି . . .

665

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ରାତିଅଧିଆ ରାଜନୈତିକ ଡ୍ରାମା । କଂଗ୍ରେସର ୮ଜଣ ବିଧାୟକଙ୍କୁ ଗୁରୁଗ୍ରାମର ଏକ ବିଳାସପୂର୍ଣ୍ଣ ହୋଟେଲରେ ବିଜେପି ବନ୍ଧକ ରଖିଥିବା ଖବର ପ୍ରଚାର ହେବା ପରେ ଆରମ୍ଭ ହୋଇଥିଲା ଡ୍ରାମା । ଏହାକୁ ନେଇ ହଠାତ କଂଗ୍ରେସ ଶିବିର ଚଳଚଂଚଳ ହୋଇପଡିଥିଲା । ଆଉ ବିଧାୟକମାନଙ୍କୁ ସମ୍ପର୍କ କରାଯାଇଥିଲା । ଏହାର କିଛି ସମୟ ପରେ ହୋଟେଲରେ ଯାଇ ପହଁଚିଥିଲେ ମଧ୍ୟପ୍ରଦେଶ ମନ୍ତ୍ରୀ । ଆଉ ଶେଷରେ ବିଧାୟକମାନଙ୍କୁ ବାହାରକୁ ଆଣିବାରେ ସଫଳ ମଧ୍ୟ ହୋଇଛି । କମଳାନାଥ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଏଭଳି ଷଡଯନ୍ତ୍ର କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ମଧ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି କଂଗ୍ରେସ ୪ ବିଧାୟକ, ବିଏସପିର ୨ ବିଧାୟକ ଓ ସମାଜବାଦୀ ପାର୍ଟିର ଜଣେ ଓ ସ୍ୱାଧୀନ ଜଣେ ବିଧାୟକଙ୍କୁ ହୋଟେଲରେ ବନ୍ଧକ ରଖିଛି ବିଜେପି । ତେବେ ଅଧରାତିରେ କଂଗ୍ରେସ ବିଧାୟକମାନେ ହୋଟେଲ ବାହାରକୁ ଆସିବାରୁ କମଳନାଥ ସରକାରକୁ ଆଶ୍ୱସ୍ତି ମିଳିଛି ।