ପ୍ରଭାବ ପକାଇଲା ସିନେମା ‘ଛପାକ୍’ : ଏସିଡ଼୍ ପୀଡ଼ିତାଙ୍କ ବେଦନା ବୁଝିଲେ ମଧ୍ୟପ୍ରଦେଶ ସରକାର, ଖୋଲାଖୋଲି ଏସିଡ଼୍ ବକ୍ରି ବିରୋଧରେ ଅଭିଯାନ ଆରମ୍ଭ କରିବେ କମଲନାଥ୍

348

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାରଙ୍କ ଉପରେ ପ୍ରଭାବ ପକାଇଲା ସିନେମା ‘ଛପାକ୍’ । ଏସିଡ଼୍ ବ୍ରିକ୍ରି ଉପରେ ଲାଗିବ ଅଙ୍କୁଶ । ପୀଡ଼ିତାଙ୍କ ବେଦନା ବୁଝିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ୍ । ଏସିଡ଼୍ ଆଟାକ୍ ଉପରେ ନିର୍ମିତ ସିନେମା ଛପାକ୍କୁ ଟିକସ ମୁକ୍ତ କରିବା ପରେ ମଧ୍ୟ ପ୍ରଦେଶ ସରକାର ଏସିଡ଼ିର ଖୋଲାଖୋଲି ବିକ୍ରି ବିରୋଧରେ ଅଭିଯାନ ଆରମ୍ଭ କରିବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଏହି ଅଭିଯାନ ଚଳାଇବା ନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଛନ୍ତି ।

 

ଏସିଡ଼ର ଖୋଲାଖୋଲି ବିକ୍ରି ଉପରେ ଅଙ୍କୁଶ ଲାଗିବା ଆବଶ୍ୟକ । ଖୋଲାଖୋଲି ଏସିଡ଼୍ ବ୍ରିକି ନହେଲେ, କାହା ଉପରେ ଏସିଡ଼୍ ବି ପଡ଼ିବନି । ଏଥିପାଇଁ ମଧ୍ୟପ୍ରଦେଶରେ ଏକ ଅଭିଯାନ ଆରମ୍ଭ ହେବ । ଏଥିପାଇଁ ମଧ୍ୟପ୍ରଦେଶ ସରକାର ବିଧିବଦ୍ଧ ଭାବେ ନିର୍ଦ୍ଦେଶ ମଧ୍ୟ ଦେଇସାରିଛନ୍ତି । ରାଜ୍ୟରେ କୌଣସି ବି ମହିଳାଙ୍କ ଉପରେ ଏସିଡ଼୍ ଆକ୍ରମଣ ପରି ଘଟଣା କୌଣସିମତେ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କମଲନାଥ୍ ।

ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସିନେମା ଛପାକ୍ ୧୦ ଜାନୁୟାରୀ ଠାରୁ ସିନେମାଘରୁ ରିଲିଜ୍ ହୋଇସାରିଛି । ଏହି ସିନେମାଟି ଜଣେ ଏସିଡ଼ ପୀଡ଼ତିକାଙ୍କ କାହାଣୀ ଉପରେ ଗତିଶୀଳ ହୋଇଛି । ଏସିଡ଼୍ ପୀଡ଼ିତା ଜଣକ ସମାଜରେ ନିଜ ହକ୍ ପାଇଁ କିପରି ଲଢ଼େଇ ଜାରି ରଖିଛନ୍ତି ଏବଂ ଅନ୍ୟ ପୀଡ଼ିତାଙ୍କୁ କିପରି ନ୍ୟାୟ ମିଳିବ ତାହା ଚିତ୍ରାୟିତ ହୋଇଛି । ଛତିଶଗଡ଼ ଓ ମଧ୍ୟପ୍ରଦଶେରେ ଏହି ସିନେମାକୁ ଟାକ୍ସ ଫ୍ରି କରିଦିଆଯାଇଛି । ରାଜସ୍ଥାନକୁ ମିଶାଇ ତିନୋଟି ରାଜ୍ୟରେ ଏହି ସିନେମାକୁ ଟିକସ ମୁକ୍ତ ହୋଇଛି ।