source-google
ଦକ୍ଷିଣ ଭାରତୀୟ ସିନେମାର ଅଭିନେତ୍ରୀ ମଧୁରିମା ତୁଲୀ "ବେବି' ସିନେମା ପରେ ପୁଣି ଥରେ ଅକ୍ଷୟ କୁମାରଙ୍କ ସହ ବଡ ପରଦାରେ ନଜର ଆସିପାରନ୍ତି ବୋଲି ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ନାମ ଶବାନା’ ରେ ମଧୁରିମା ତାଙ୍କ ପତ୍ନୀ ଭୁମିକାରେ ଅଭିନୟ କରିବେ ।
ଏହା ପୁର୍ବରୁ ଅକ୍ଷୟ କୁମାରଙ୍କ ଆକ୍ସନ ଏବଂ ରୋମାଂଚକର ସିନେମା ବେବିରେ ମଧୁରିମା ବଡ ପରଦାରେ ଦେଖା ଦେଇଥିଲେ । ଏଥିରେ ସେ ଏକ ଛୋଟ ଭୁମିକାରେ ଅଭିନୟ କରିଥିଲେ ମଧ୍ୟ ଦର୍ଶକ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ ।
ମଧୁରିମା ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ । ସେ "ବଚନା ଏ ହସିନା' ସିନେମାରୁ ବଲିଉଡ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଏପର୍ଯ୍ୟନ୍ତ ଅନେକ କନ୍ନଡ଼ ,ତେଲୁଗ ଓ ତାମିଲ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।
Follow Us