ହକି ବିଶ୍ୱକପରେ ଉଦଘାଟନୀ ଉତ୍ସବରେ ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସଙ୍କୁ ନେଇ ଚର୍ଚ୍ଚା : ଏଗାର ଶହ କଳାକାରଙ୍କ ସହ ନୃତ୍ୟ ପରିବେଷଣ କରିବେ ଧକ୍ ଧକ୍ ଗାର୍ଲ

ଦ ଆର୍ଥ ସଙ୍ଗ୍ ଥିମରେ ନାଚିବେ ମାଧୁରୀ

268

କନକ ବ୍ୟୁରୋ : ଆସନ୍ତା ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ବିଭିନ୍ନ ଦେଶର ହକି ଦଳ ବି ରାଜଧାନୀରେ ଆସି ପଂହଚିବାରେ ଲାଗିଲେଣି । ସବୁଠାରୁ କଥା କଥା ହେଲା, ଏହି ଦିନ ଉଦଘାଟନୀ ଉତ୍ସବ ଧମାକେଦାର ହେବାକୁ ଯାଉଛି । ଉଦଘାଟନୀ ହେବ ତାରକା ଖଚିତ । ଆଉ ଏଥିରେ ନୃତ୍ୟ ପରିବେଷଣ କରିବେ ଧକ୍ ଧକ ଗାର୍ଲ ମାଧୁରୀ ଦୀକ୍ଷିତ । ଷ୍ଟେଜରେ ମାଧୁରୀ ଦେଖାଇବେ ମିଳିତ ବିଶ୍ୱର ଶକ୍ତି । ଦ ଆର୍ଥ ସଙ୍ଗ ନାମକ ଡ୍ୟାନସ ବାଲେଟରେ ମାଧୁରୀ ଦୀକ୍ଷିତ ଦେଖାଇବେ ନିଜର କରିଷ୍ମା । ଦି ଆର୍ଥ ସଙ୍ଗର ଥିମ ହେଲା ଏକୀକୃତ ମାନବିକତା ।

ଏକ ହଜାର ଶହେ କଳାକାରଙ୍କ ସହ ପଫର୍ମ କରିବେ ଧକ ଧକ ଗାର୍ଲ । ୪୦ ମିନିଟ ଧରି ଷ୍ଟେଜରେ ମାଧୁରୀ ଦୀକ୍ଷିତ ଏଗାର ଶହ କଳାକାରଙ୍କ ସହିତ ଅନବରତ ନାଚିବେ । ଦି ଆର୍ଥ ସଙ୍ଗର ନିର୍ଦ୍ଦେଶନା, ସଂଳାପ ନୂୂପୂର ମହାଜନ କରିଥିବାବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସିଆମେକ୍ ଦାବର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ବାରୋଟ । ୫ଟି ପର୍ଯ୍ୟାୟରେ ଷ୍ଟେଜରେ ୪୦ ମିନିଟର କାର୍ଯ୍ୟକ୍ରମ ହେବ । ଦି ଆର୍ଥ ସଙ୍ଗରେ ଓଡିଶୀ ସହ ମୋହିନୀ ଆଟ୍ଟମ, କଥକ, କ୍ଲାସିକାଲ, ଜାଜ, ବାଲେଟ ଏବଂ ଡାଇଲଗ ଡ୍ରାମା ଓ ସଙ୍ଗୀତ ପରିବେଷଣ ହେବ । ମାଧୁରୀ ମଦର ଆର୍ଥ ଭୂମିକାରେ ଅଭିନୟ କରିବେ ।

madhuri
Image Courtesy : http://ste.india.com

ସେପଟେ ଆରମ୍ଭ ହୋଇଗଲାଣି ବିଶ୍ୱକପ ହକି କାଉଁଟଡାଉନ । ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଟିମ ଭୁବନେଶ୍ୱରରେ ପହଁଚିସାରିଛନ୍ତି । ଆଜି ଭୁବନେଶ୍ୱରରେ ପହଁଚିବ ଚୀନ ହକି ଟିମ୍ । ଅପରାହ୍ନ ଗୋଟାଏ ୩୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଚୀନ ପ୍ରଥମ ଥର ଲାଗି ହକି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ତେଣୁ ଏହି ଦଳ ଭୁବନେଶ୍ୱରରେ ତାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହି ଦଳ ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ସେହିପରି ଫ୍ରାନ୍ସ ଟିମ ମଧ୍ୟ ଆଜି ଆସି ଭୁବନେଶ୍ୱରରେ ପହଁଚିବେ ବୋଲି ଜଣାପଡିଛି ।

ୟୁରୋପିୟ ଶକ୍ତି ଫ୍ରାନ୍ସ ଗତଥର ତୃତୀୟ ସ୍ଥାନରେ ରହିଥିବା ଆର୍ଜେଂଟିନା, ନ୍ୟୁଜିଲାଣ୍ଡ ଓ ସ୍ପେନ ସହ ପୁଲ-ଏରେ ସ୍ଥାନ ପାଇଛି । ଫ୍ରାନ୍ସ ୨୯ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାର ପ୍ରଥମ ମ୍ୟାଚ ଖେଳିବ । ଏପଟେ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଗଲାଣି କଳିଙ୍ଗ ଷ୍ଟାଡିୟମ । ସାରା ରାଜ୍ୟରେ ଏବେ ହକି ଫିବର । ତେଣୁ ମ୍ୟାଚକୁ ପ୍ରତ୍ୟେକ ଲୋକ କିପରି ଦେଖିପାରିବେ ସେଥିପାଇଁ ଜିଲ୍ଲାର ହେଟକ୍ୱାର୍ଟର, ବ୍ଲକ ଓ ପଂଚାୟତସ୍ତରରେ ଏଲଇଡି ଟିଭି ମାଧ୍ୟମରେ ମ୍ୟାଚ୍ର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି ।