ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ୍ : ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର

990

କନକ ବ୍ୟୁୁରୋ : ଛାଡ଼ପତ୍ର ପାଇଥିବା ମହିଳାଙ୍କ ସମେତ କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ୍ । କୋର୍ଟରେ ବିବାହ ବିଚ୍ଛେଦ ପାଇଁ କେସ୍ ଲଢ଼ୁଥିବା ମହିଳାଙ୍କୁ ପେନସନ୍ ଦେବେ ରାଜ୍ୟ ସରକାର । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ କେସ୍ ଲଢ଼ୁଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଉ ବିଭାଗ ପକ୍ଷରୁ ପ୍ରସ୍ତାବ ଅଣାଯାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ବିଦ୍ଧିବଦ୍ଧ ଭାବେ ସରକାରୀ ସ୍ତରରେ ନିୟମ ଲାଗୁ ହୋଇନଥିଲେ ମଧ୍ୟ ମହିଳାମାନଙ୍କ ବ୍ୟକ୍ତିଗତ ସୂଚନା ଆଧାରରେ ତାଙ୍କ କଥା ବିଚାରକୁ ନିଆଯିବ । ଆଉ ତା’ପରେ ତାଙ୍କ କଥା ବିଚାରକୁ ନିଆଯିବ । 

ଅନ୍ୟପଟେ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଅନେକ ସମୟରେ ଦେଖାଯାଉଛି ଭିନ୍ନକ୍ଷମ ମାନଙ୍କୁ ପ୍ରମାଣ ପତ୍ର ପାଇବା ପାଇଁ ଅନେକ କଷ୍ଟ କରିବା ପାଇଁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମ  ପ୍ରମାଣପତ୍ର ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ପ୍ରତି ଜିଲ୍ଲାର ସଦର ମହକୁମାରେ ଥିବା ହସ୍ପିଟାଲରେ ମାସକୁ ୨ ଥର ପ୍ରମାଣ ପତ୍ର ପ୍ରଦାନ କରାଯାଉଛି । ହେଲେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ମାସକୁ ଥରେ ମାତ୍ର ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରଯାଉଥିଲା । ଏ ବିଷୟରେ ଜଣାପଡ଼ିବା ପରେ ରାଜଧାନୀବାସୀଙ୍କ ସୁବିଧା ନିମେସ୍ତ କ୍ୟାପିଟାଲ ହସ୍ପିଟାଲରେ ମାସକୁ ୨ ଥର ନୁହେଁ ୩ ଥର ଭିନ୍ନକ୍ଷମ ପମାଣପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ମେଡ଼ିକାଲରେ ହିଁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳୁଛି ।  ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଚାର କରି ପ୍ରମାଣ ପତ୍ର ପ୍ରଦାନ କରିବାର କ୍ଷମତାକୁ ବୃଦ୍ଧି କରାଯାଇ ସ୍ୱତନ୍ତ୍ର ପ୍ୟାନେଲ କରାଯାଇଛି । ଏପରି ହେବାଦ୍ୱାରା ଭିନ୍ନକ୍ଷମଙ୍କ ପ୍ରମାଣ ପତ୍ର ପାଇବାରେ ସହଜ ହେବ ବୋଲି କହିଛନ୍ତି ମନ୍ତ୍ରୀ ।