ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ ‘ଲକ୍ଷ୍ନୌ ସେଂଟ୍ରାଲ’ ! ଫରହାନ ଅଖତାରଙ୍କ ଦମଦାର ଅଭିନୟକୁ ଟକ୍କର ଦେବ କଙ୍ଗନାଙ୍କ ରୋମାଂଟିକ୍ କମେଡି ସିନେମା ‘ସିମରନ୍’

26

ଆଜି ପରଦାକୁ ଆସିବ ଫିଲ୍ମ ‘ଲକ୍ଷ୍ନୌ ସେଂଟ୍ରାଲ’ । ଏହି ସିନେମାରେ ଦେଖିବାକୁ ମିଳିବ ଫରହାନ ଅଖତାରଙ୍କ ଦମଦାର ଅଭିନୟ ସାଙ୍ଗକୁ ସ୍ୱତନ୍ତ୍ର ତଡକା ଦେବେ ଡାଏନା ପେଂଟି । ଏହି ସିନେମାରେ ଫରହାନ ଉତ୍ତରପ୍ରଦେଶ ମୁରାଦାବାଦର କିଶନ ଗିରହୋତ୍ର ନାମକ ଜଣେ ଯୁବକଙ୍କ ଭୂମିକାରେ ନଜର ଆସିବେ । ସିନେମାର ଆରମ୍ଭରେ କିଶନ ଜଣେ ଗାୟକ ହେବା ପାଇଁ ଚାହାଁନ୍ତି । ହେଲେ କିଶନଙ୍କ ଜୀବନ ଭିତରେ ହଠାତ୍ ଘୋଟି ଆସୁଛି ଅନ୍ଧକାର ଆଉ କିଶନ ଏକ ହତ୍ୟା ଅଭିଯୋଗରେ ଚାଲି ଯାଉଛନ୍ତି ସେଂଟ୍ରାଲ ଜେଲ । ତାପରେ ଜେଲରେ ସମାଜସେବୀ ଡାଏନାଙ୍କ ସହ ଭେଟ ।

ସେପଟେ ଟକ୍କର ଦେବାକୁ ପରଦାକୁ ଆଜି ଆସୁଛି କଙ୍ଗନା ରଣାୱାତଙ୍କ ରୋମାନ୍ସ କମେଡିରେ ଭରପୁର ସିନେମା ସିମରନ୍ । ଏହି ଚଳିଚ୍ଚିତ୍ରର ମୁଖ୍ୟ ଚରିତ୍ର ସିମରନ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା । ସିନେମାରେ ରହିଛି ରୋମାଣ୍ଟିକ୍ ମ୍ୟୁଜିକ କଲେକ୍ସସନ୍ । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା ବାନ୍ଧିଛନ୍ତି କଙ୍ଗନା । ଆମେରିକାରେ ବାସ କରୁଥିବା ଏନଆରଆଇ ସିମରନ କୌରଙ୍କ ଜୀବନୀ ଉପରେ ଆଧାରିତ ହେଉଛି ସିନେମା ‘ସିମରନ’ ।