କନକ ବ୍ୟୁରୋ : ଦୀପାବଳିର ଠିକ୍ କିଛି ଦିନ ପୂର୍ବରୁ ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି । ସବସିଡ଼ି ଯୁକ୍ତ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଆଜି ୨.୯୪ ଟଙ୍କା ବୃଦ୍ଧି ପାଇଛି । ସୂଚନା ଅନୁସାରେ ସିଲିଣ୍ଡରର ଆଧାର ମୂଲ୍ୟରେ ପରିବର୍ତ୍ତନ ଓ ତା’ଉପରେ କରର ପ୍ରଭାବ ଯୋଗୁଁ ଦର ବୃଦ୍ଧି ପାଇଛି । ୧୪.୨ କିଲୋର ସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ୍ ବୁଧବାର ମଧ୍ୟରାତ୍ରୀରେ ୫୦୨.୪୦ ଟଙ୍କାରୁ ବୃଦ୍ଧି ପାଇ ୫୦୫.୩୪ ଟଙ୍କା ପ୍ରତି ସିଲିଣ୍ଡର ହୋଇଯାଇଛି ।
/kanak/media/post_attachments/wp-content/uploads/2018/10/gas-cylinder3_3561045_835x547-m-300x197.jpg)
ସୂଚନାଯୋଗ୍ୟ ଏଲପିଜି ଉପଭୋକ୍ତାଙ୍କୁ ବଜାର ମୂଲ୍ୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ପଡ଼େ । ତେବେ ସରକାର ବର୍ଷ ସାରା ୧୪.୨ କିଲୋଯୁକ୍ତ ୧୨ ସିଲିଣ୍ଡରର ସବସିଡ଼ି ସିଧା ଗ୍ରାହକଙ୍କ ଖାତାକୁ ପଠାନ୍ତି । ସେପଟେ ବିନା ସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଁ ୮୮୦ ପ୍ରତି ସିଲିଣ୍ଡର ହୋଇଯାଇଛି । ଏହାସହ ଗ୍ରାହକଙ୍କ ଖାତାରେ ହସ୍ତାନ୍ତରିର ହେଉଥିିବା ସବସଡ଼ି ନମ୍ବର ନଭେମ୍ବର ୨୦୧୮ରେ ବୃଦ୍ଧି ପାଇଁ ୪୩୩,୬୬ ଟଙ୍କା ପ୍ରତି ସିଲିଣ୍ଡର ହୋଇଯାଇଛି । ଯାହା ଅକ୍ଟୋବର ମାସରେ ୩୭୬.୬୦ ଟଙ୍କା ପ୍ରତି ସିଲିଣ୍ଡର ଥିଲା ।
ଅନ୍ୟପଟେ ବିଗତ ୧୪ ଦିନରେ ଲଗାତାର ପେଟ୍ରୋଲ ଡିଜେଲ ଦରରେ ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ଗୁରୁବାର ପେଟ୍ରୋଲ ୧୮ ପଇସା ଶସ୍ତା ହୋଇଛି । ଯାହାଦ୍ୱାରା ପେଟ୍ରୋଲ ଦର ୭୯.୩୭ ପ୍ରତି ଲିଟର ହୋଇଯାଇଛି । ସେପଟେ ଡିଜେଲ ଦର ୭୩.୭୮ ରହିଛି ।