ନୂଆ ବର୍ଷର ପହିଲି ଦିନରେ ମହଙ୍ଗା ମାଡ଼ : ୧୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ

356

କନକ ବ୍ୟୁରୋ : ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ । ରୋଷେଇ ଘରେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ଉପରେ ୧୯ ଟଙ୍କାର ଦର ବୃଦ୍ଧି ଘଟିଛି । ଗ୍ୟାସ କମ୍ପାନୀମାନେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୧୯ ଟଙ୍କା ବଢ଼ାଇଦେଇଛନ୍ତି ଜ୍ଝ ନୂଆଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କାରେ ପହଂଚିଥିବାବେଳେ ଆଜି ଠାରୁ ଏହି ବର୍ଦ୍ଧିତ ମୂଲ୍ୟ ସାରା ଦେଶରେ ଲାଗୁ ହୋଇଯାଇଛି ।

ଡିସେମ୍ବର ମାସରେ ବିନା ସବସିଡି ଗ୍ୟାସ(୧୪.୨ କିଲୋଗ୍ରାମ) ମୂଲ୍ୟ ୬୯୫ ଟଙ୍କା ଥିବାବେଳେ ଆଜିଠାରୁ ୭୧୪ ଟଙ୍କାରେ କିଣିବାକୁ ପଡିବ । ସେହିପରି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(୧୯ କିଲୋଗ୍ରାମ)ର ମୂଲ୍ୟରେ ୨୯ ଟଙ୍କା ୫୦ ପଇସା ମୂଲ୍ୟ ବୃଦ୍ଧି ଘଟିଛି । ଏହି ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବେ ୧୨୪୧ ଟଙ୍କାରେ ପହଂଚିଛି ।

ନୂଆ ବର୍ଦ୍ଧିତ ଦରକୁ ହିସାବକୁ ନେଲେ କୋଲକାତାରେ ୭୪୭ ଟଙ୍କା, ମୁମ୍ବାଇରେ ୬୮୪ ଟଙ୍କା ଓ ଚେନ୍ନାଇରେ ୭୩୪ ଟଙ୍କାରେ ମୂଲ୍ୟ ପହଂଚିଛି । ଏଠାରେ ସୂଚନା ଥାଉ କି ଗତବର୍ଷ ନୂଆବର୍ଷ ଅବସରରେ ମୋଦୀ ସରକାର ଏଲପିଜି ସିଲିଣ୍ଡର ପିଛା ବଡ଼ଧରଣର ରିହାତି ଦେଇଥିଲେ । ଗତବର୍ଷ ସିଲିଣ୍ଡର ମୂଲ୍ୟ ଉପରେ ୧୨୦ ଟଙ୍କାର ରିହାତି ଦିଆଯାଇଥିଲା ।