ପ୍ରେମ ପ୍ରତାରଣା ଧୋକା ! ପ୍ରେମିକା ଗର୍ଭବତୀ ପରେ ପ୍ରେମିକ ଫେରାର, ଲାଂଚ ମାଗୁଛନ୍ତି ଥାନା ବାବୁ

110

କନକ ବ୍ୟୁରୋ : ପ୍ରେମ,ପ୍ରତାରଣ, ଧୋକା । ପ୍ରେମିକାକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ପରେ ଧୋକ୍କା । ନ୍ୟାୟ ପାଇଁ ୯ମାସ ର ଅନ୍ତସତ୍ୱା ଜଣକ ବାରଦୁଆର ହେଉଛନ୍ତି । ସେପଟେ ଫେରାର ଯୁବକକୁ ଗିରଫ ପାଇଁ ଦରଦ ଦେଖାଇ ଥାନା ବାବୁ ଲାଂଚ ମାଗିଥିବା ଅଭିଯୋଗ ହୋଇଛି ।

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ସଂପର୍କ ପରେ ପ୍ରେମିକ ଫେରାର । ଏବେ ୯ ମାସର ଅନ୍ତସତ୍ୱା ନ୍ୟାୟ ପାଇଁ ଘୁରି ବୁଲିଛନ୍ତି । ୪ ବର୍ଷ ହେବ ଅନୁଗୁଳ ଧଡରପାଲ ଗାଁର ଏହି ପୀଡିତା ଜଣକ ବୌଦ୍ଧ କଂଟାମାଳ ଅନ୍ତର୍ଗତ ସୁଲିଆ ଗାଁରେ ନିଜ ଭିଣେଇ ଘରେ ରହୁଥିଲେ । ସେହି ଗାଁରେ ଦେବଗଡର ବବୁଲୁ ସାହୁ ନାମକ ଜଣେ ଯୁବକ ମଧ୍ୟ ନିଜ ନାନୀ ଘରେ ରହୁଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ପରେ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବବୁଲୁ । ଏପରିକି ଶାରୀରିକ ସଂପର୍କ ରଖି ପୀଡିତା ଜଣକ ଗର୍ଭବତୀ ହେବା ଜାଣିବା ପରେ ଯୁବକ ଜଣକ ଫେରାର ହୋଇଯାଇଛି ।

ପୀଡିତା ନ୍ୟାୟ ପାଇଁ କଂଟାମାଳ ଥାନାର ଦ୍ୱାରସ୍ଥ ହେବାପରେ ଏକ ମାମଲା ରୁଜୁ କରାଯାଇଛି । କିନ୍ତୁ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଲାଂଚ ମାଗିଥିବା ଅଭିଯୋଗ ହୋଇଛି । କନକ ନ୍ୟୁଜ ହାତରେ ଏହି ଅଡିଓ କ୍ଲିପ ଲାଗିଥିବା ବେଳେ ଶେଷରେ ନ୍ୟାୟ ପାଇଁ ଏବେ ପୀଡିତାଙ୍କ ପରିବାର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ପୁଲିସ୍ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ସାଧାରଣରେ ଦାବୀ ହେଉଛି ।