ପ୍ରେମ ପରେ ପ୍ରତାରଣା . . . ୪ ବର୍ଷ ଧରି ଶାରିରୀକ ସଂପର୍କ ରଖିବା ପରେ ବାହା ହେବାକୁ ମନା କଲା ପ୍ରେମିକ ! ନ୍ୟାୟ ପାଇଁ ଥାନାରେ ପହଂଚିଲେ ପୀଡିତା

82

କନକ ବ୍ୟୁରୋ : ପ୍ରେମ ଶାଶ୍ୱତ ଆଉ ଚିରନ୍ତନ । କିନ୍ତୁ ପ୍ରେମରେ ପ୍ରତାରଣା ମି ଆଉ ଏକ ବେଶ ଭୟଙ୍କର । ମାଲକାନଗିରି ଜିଲ୍ଲାରୁ ଆସିଛି ପ୍ରେମ ପ୍ରତାରଣାର ଆଉ ଏକ କାହାଣୀ । ବିବାହର ପ୍ରଲୋଭନ ଦେଖାଇ ୪ ବର୍ଷ ଧରି ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଜଣେ ସମ୍ପର୍କୀୟ । ତେବେ ପୀଡିତା ସାବାଳିକା ହେବା ପରେ ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଛି ଦଗାଦିଆ ପ୍ରେମିକ । ପ୍ରେମର ବିଶ୍ୱାସ ଭାଙ୍ଗି ଯିବା ପରେ ପୀଡିତା କୀଟନାଷକ ପିଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅର ଏଭଳି ଅବସ୍ଥା ଦେଖି ପୀଡିତାଙ୍କ ବାପା ମଧ୍ୟ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ରହିଛନ୍ତି । ବିଶ୍ୱାସର ସଂପର୍କକୁ ପ୍ରେମିକ ଭାଙ୍ଗି ଦେବା ପରେ ନ୍ୟାୟ ପାଇଁ ଥାନାର ଆଶ୍ରୟ ନେଇଛନ୍ତି ପୀଡିତା ଓ ତାଙ୍କ ପରିବାର ।

ପ୍ରେମ, ବିଶ୍ୱାସ ଓ ପ୍ରତିଶ୍ରୁତିର ଏକ ନିବିଡ ସଂପର୍କ । ଯେତେବେଳେ ସେହି ବିଶ୍ୱାସ ଓ ପ୍ରତିଶ୍ରୁତି ଭୁଲି ଯାଏ ପ୍ରେମିକ, ସେତେବେଳେ ପ୍ରେମ ପ୍ରତାରଣକୁ ସାମ୍ନା କରିଥିବା ପ୍ରେମିକା ମୁଣ୍ଡକୁ ଆସେ ଅତ୍ମହତ୍ୟା ପ୍ରବଣତା । ଏମିତି ଏକ ପ୍ରେମ ପ୍ରତାରଣାର ଖବର ଆସିଛି ମାଲକାନଗିରିରୁ । ପୀଡିତା ନାବଳିକା ଥିବା ବେଳେ ପ୍ରେମ ନିବେଦନ କରିଥିଲେ ସଂପର୍କୀୟ ସରୋଜିତ ମିସ୍ତ୍ରୀ । ବିବାହର ପ୍ରତିଶ୍ରୁତି ଦେଇ ୪ ବର୍ଷ ଧରି ପୀଡିତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିଦେଇଛନ୍ତି ସରୋଜିତ । ପ୍ରେମରେ ବିଶ୍ୱାସ ଭାଙ୍ଗି ଯିବା ପରେ ମାନସିକ ଭାରସାମ୍ୟ ହରାଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା ।

ଡାକ୍ତଖାନାରୁ ଫେରିବା ପରେ ପ୍ରେମିକ ବିରୋଧରେ ନ୍ୟାୟ ପାଇଁ ଥାନାରେ ପହଂଚିଛନ୍ତି ପୀଡିତା । ଏପଟେ ପୀଡିତାଙ୍କ ଅବସ୍ଥା ଦେଖି ଅସୁସ୍ଥ ହୋଇପଡିଥିବା ପୀଡିତାଙ୍କ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝିଅର ଜୀବନ ସହ ଖେଳି ଥିବା ସରୋଜିତକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ପୀଡିତାଙ୍କ ବାପା ।

ସରୋଜିତ ପୀଡିତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ମାଲକାନଗିରିି ପୋଲିସ ଏ ଘଟଣାରେ ତଦନ୍ତ କରି ଅଭିଯୁକ୍ତ ସରୋଜିତ ମିସ୍ତ୍ରୀକୁ ଗିରଫ କରିଛି । ଉଭୟ ପୀଡିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରିବା ପରେ ସରୋଜିତକୁ ଜେଲପଠାଇ ଦେଇଛି ପୋଲିସ । ଅଭିଯୁକ୍ତଙ୍କ ପରିବାରକୁ ଏହି ମାମଲାରେ ପକ୍ଷଭୁକ୍ତ କରି ତଦନ୍ତ କରୁଛନ୍ତି ମାଲକାନଗିରି ଏସ.ଡି.ପି.ଓ ।

ମାଲକାନଗିରିରେ ପୁର୍ବରୁ ଏମତି ଅନେକ ଘଟଣା ନଜିର ରହିଛି । ତେବେ ଗାଁ ଗଣ୍ଡାରେ ଖାପ- ପଂଚାୟତର ଆୟୋଜନ କରି ଏହାର ସମାଧାନ କରାଯାଉଛି । ତେବେ ଏଥର କିନ୍ତୁ ସାହସ ଜୁଟାଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ।