ସମ୍ବଲପୁର ତୁମ୍ବେସିଂହା ପୋଲତଳେ ପଡିଛି ପୁଳାପୁଳା ନୋଟ୍ : ଖଣ୍ଡଖଣ୍ଡ ହୋଇ ପଡିଛି ୫୦୦ ଟଙ୍କିଆ ନୋଟ୍, କିଏ ଓ କାହିଁକି ଫୋପାଡିଲା ତଦନ୍ତ କରୁଛି ପୁଲିସ
କନକ ବ୍ୟୁରୋ : ସମ୍ବଲପୁର ତୁମ୍ବେସିଂହା ପୋଲ ତେଳ ତଳେ ପଡିରହିଛି ପୁଳା ପୁଳା ଟଙ୍କା । ଗତ ୪ ଦିନ ହେବ ଲକ୍ଷାଧିକା ଟଙ୍କା ଖଣ୍ଡଖଣ୍ଡ ହୋଇ ପଡିରହିଛି । ସବୁ ତକ ୫୦୦ ଟଙ୍କିଆ ନୋଟ ରହିଛି । ନୋଟ ଗୁଡିକ ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ କିଛି ନୋଟ ଗୁଡିକ ପୋଡିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କେହି ଏହି ଟଙ୍କା ଫୋପାଡି ଦେଇଥିବା ଅନୁମାନ କରାଯାଉଥିବା ବେଳେ କିଏ ଓ କଣ ପାଇଁ ଏତେ ଟଙ୍କା ଫୋପାଡ଼ିଛି ତାହା ଜଣା ପଡିପନାହିଁ । ସମ୍ବଲପୁର ସଦର ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ ଏହି ଟଙ୍କା ଗୁଡିକ ଜବତ କରିଛି । ହୁଏତ କେହି ଆୟକର ଫାଙ୍କିବାକୁ ଏପରି ଟଙ୍କା ଫୋପାଡ଼ିଛି ବୋଲି ଆଶଙ୍କା କରାଯାଉଛି ।