କନକ ବ୍ୟୁରୋ : ରାଜଧାନୀରେ ପୁଣି ଲୁଟେରାଙ୍କ ରାଜ । ଗାଡି ତାଡି ନେଇଗଲେ ଲକ୍ଷାଧିକ ଟଙ୍କା । ଭୁବନେଶ୍ୱରର ଜନଗହଳୀପୂର୍ଣ ଅଂଚଳ ୟୁନିଟ-୪ରୁ ଜଣେ ବ୍ୟକ୍ତିଙ୍କ ସ୍କୁଟି ତାଡି ଦୁବୃର୍ତମାନେ  ଦେଢ ଲକ୍ଷ ଟଙ୍କା ଲୁଟ କରିଛନ୍ତି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ କମଳାକାନ୍ତ ନାୟକ । କମଳାକାନ୍ତ ଖାରବେଳନଗର ଥାନାରେ ଟଙ୍କା ଲୁଟ ନେଇ ଅଭିଯୋଗ କରିଛନ୍ତି ।

Advertisment

ଲୁଟେରାମାନେ କିଛି ଏହିପରି ଢଙ୍ଗରେ ଲୁଟ କରିଥିଲେ । କମଳାକାନ୍ତ ଏକ ମିଠା ଦୋକାନରେ ମିଠା କିଣୁଥିବା ସମୟରେ କିଛି ଦୁବୃର୍ତ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ତାଙ୍କ ସ୍କୁଟିରୁ ଦେଢ ଲକ୍ଷ ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । କମଳାକାନ୍ତ ତାଙ୍କ ବ୍ୟବସାୟ ପାଇଁ ଟଙ୍କା ପାଖରେ ରଖିଥିଲେ । ତେବେ କମଳାକାନ୍ତଙ୍କ ପାଖରେ ଟଙ୍କା ରହିଥିବା ନେଇ କିଏ ଜାଣିଥିଲା ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି ।