ଯଦି ଆପଣ ଇଣ୍ଟରର୍ଣ୍ଣିନସିପ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଲୋକସଭା ଚଳିତ ଥର ଖରା ସମୟରେ ୧୦୦ ଛାତ୍ରଛାତ୍ରୀଙ୍କୁ ଇଂଟରର୍ଣ୍ଣସିପ କରିବାର ସୁଯୋଗ ଦେଉଛି । ଆଉ ଏଥିପାଇଁ ୨ ପ୍ରକାର ସମୟସୀମା ନିର୍ଦ୍ଧାରଣ ହୋଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ ଏକ ମାସ କିମ୍ବା ୩ ମାସ ପାଇଁ ଏହି ସୁଯୋଗର ଲାଭ ଉଠାଇପାରିବେ । ଉଭୟଥିରେ ଇଂଟରର୍ଣ୍ଣସିପ ପାଇଁ ୫୦-୫୦ ସିଟ୍ ନିର୍ଦ୍ଧାରିତ ହୋଇଛି । ତେବେ ଲୋକସଭାରେ ଇଂଟର୍ଣ୍ଣସିପ ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୪ ।
୩ ମାସର ଇଂଟର୍ଣ୍ଣସିପ୍ –
- ୨ ଜୁଲାଇ ୨୦୧୮ରୁ ଆରମ୍ଭ ହେବ ୩ ମାସିଆ ଇଂଟରର୍ଣ୍ଣସିପ୍ । ଏବଂ ୨୮ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିବ ଏହି ଇଂଟର୍ଣ୍ଣସିପ୍ ।
- ଏଥିପାଇଁ ବୟସସୀମା ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ସୂଚନା ଅନୁସାରେ ଏହି ସୁଯୋଗ କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ।
- ଆବେଦନ କରିବା ପାଇଁ ସାମାଜିକ ବିଜ୍ଞାନ, ବିଜ୍ଞାନ, ଭାଷା, ପରିବେଶ ବିଜ୍ଞାନ, ସାମ୍ବାଦିକତା, ଫାଇନାନ୍ସ, ମ୍ୟାନେଜମେଂଟ ଆଦିରେ ଏକାଡ଼େମିକ ରେକର୍ଡ଼ ଦରକାର ।
- ଦୁଇ ବର୍ଷର ସ୍ନାତକତ୍ତୋର ଡିଗ୍ରି ରହିବା ଦରକାର ।
- ଚୟନ ହୋଇଥିିବା ପ୍ରାର୍ଥୀଙ୍କୁ ୨୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ମଧ୍ୟ ମିଳିବ । ଏହା ବ୍ୟତୀତ ଟାଇପିଂ ଓ ଷ୍ଟେସନାରି ଖର୍ଚ୍ଚ ପାଇଁ ଅତିରିକ୍ତ ୧୦ ହଜାର ଟଙ୍କା ମଧ୍ୟ ଦିଆଯିବ ।
୧ ମାସର ଇଂଟରର୍ଣ୍ଣସିପ୍ –
- ୨୮ ଜୁନର ଆରମ୍ଭ ହେବ ମାସିକିଆ ଇଂଟର୍ଣ୍ଣସିପ୍ । ଯାହା ୨୭ ଜୁଲାଇ ପର୍ଯ୍ୟନ୍ତ ଚାଲିବ ।
- ଏଥିପାଇଁ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ରହିବା ଜରୁରୀ ।
- ଆବେଦିନ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାମାଜିକ ବିଜ୍ଞାନ, ବିଜ୍ଞାନ, ଭାଷା, ପରିବେଶ ବିଜ୍ଞାନ, ସାମ୍ବାଦିକତା, ଫାଇନାନ୍ସ, ମ୍ୟାନେଜମେଂଟରେ ପାଠ ପଢ଼ିଥିବା ଦରାକର ।
- ଏକ ମାସିଆ ଇଂଟର୍ଣ୍ଣସିପା କରିବା ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟ ମିଳିବ ୨୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ସୁବିଧା । ଏହା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ପାଇଁ ମିଳିବ ୫ ହଜାର ଟଙ୍କା ।