ଶତାବ୍ଦୀ ଟ୍ରେନରେ ‘ମେ ଭି ଚୌକିଦାର’ କପରେ ଚା ! ବିବିବାଦ ପରେ ହଟାଇଲା ରେଳବାଇ

146

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଲୋକସଭା ନିର୍ବାଚନ ପ୍ରଚାର ଚା’ରୁ ଆରମ୍ଭ ହୋଇ ଚୌକିଦାରରେ ଅଟକିଯାଇଛି । କଂଗ୍ରେସ ଅଧ୍ୟକ୍ଷ ‘ଚୌକିଦାର ଚୋର ହେ’ ନାରା ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବରେ ମେ ଭି ଚୌକିଦାର ନାରା ଦେଇଥିଲେ । ଆଉ ସେବେଠାରୁ ମେ ଭି ଚୈକିଦାର ନାରା ଚର୍ଚ୍ଚାରେ ରହିଛି । ଏହି ନାରା ଚା କପରେ ଲେଖାଯିବା ପରେ ବିବାଦ ଉପୁଜିଥିଲା ।

ରେଲେଓ୍ବ ବଂଟନ କରୁଥିବା ମେ ଭି ଚୈକିଦାର ନାରା ଉପରେ ବିବାଦ ଆରମ୍ଭ ହୋଇଯାଇଛି । ନିକଟରେ କାଠଗୋଦାମ ଶତାବ୍ଦୀ ଟ୍ରେନରେ ଚା’ କପରେ ‘ମେ ଭି ଚୌକିଦାର’ ସ୍ଲୋଗାନ ଦେଖିବାକୁ ମିଳିଥିଲା । ଏହା ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ଜଣେ ଯାତ୍ରୀ ଅଭିଯୋଗ କରିଥିଲେ । ଆଉ ତା’ପରେ ଟ୍ରେନ୍ ଭିତରେ ସେହି କପକୁ ବନ୍ଦ କରି ଦିଆଯାଇଛି ।

ଆଇଆରସିଟିସିର ପରିଚାଳକ କହିଛନ୍ତି ‘ଏ ନେଇ ଅଭିଯୋଗ ଆସିବା ପରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହିତ କପ୍ରେ ଚା ବାଣ୍ଟୁଥିବା ସୁପରଭାଇଜରକୁ ନିଲମ୍ବିତ କରାଯିବା ସହ ଟ୍ରେନରେ ସେହି କପ୍କୁ ବନ୍ଦ କରି ଦିଆଯାଇଛି ।