ବଦଳୁଛି ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ ! ବାରାଣାସୀ ବିଜୟ ପାଇଁ କଂଗ୍ରେସର ଷ୍ଟାଟେଜି, ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା ଗାନ୍ଧୀ

125

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ମୁହୂର୍ତ୍ତକେବଦଳିଯାଉଛି ରାଜନୀତି ପାଣିପାଗ । ମୋଦିଙ୍କୁ ଟକ୍କର ଦେବାପାଇଁ କଂଗ୍ରେସ ରଣନୀତି ବଦଳାଉଛି । ଗୋଟିଏପଟେ ୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଲାଣି ପ୍ରଚାର । ଜନତାଙ୍କ ହୃଦୟ ଜିତିବା ପାଇଁ ରାଜନେତାମାନେ ଅଂଟା ଭିଡ଼ିଲେଣି । ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବା ପାଇଁ ପୁରା ଦମରେ ପ୍ରସ୍ତୁତ ହେଉଛନ୍ତି ରାଜନେତା । ଏପରି ପରିସ୍ଥିତିରେ ଜାତୀୟ ରାଜନୀତିରେ କଂଗ୍ରେସ ମହାସଚିଙ୍କୁ ନେଇ ବଡ଼ ଚର୍ଚ୍ଚା ହେଉଛି । ବାରାଣାସୀରେ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ କି ପ୍ରିୟଙ୍କା ଗାନ୍ଧୀ ? ଗୋଟିଏ ପଟେ ପ୍ରିୟଙ୍କା ଗାନ୍ଧୀ କହୁ କହୁ ମଜାକରେ ବାରାଣାସୀରୁ ନିର୍ବାଚନ ଲଢ଼ିବି ବୋଲି କହିଦେଇଥିଲେ । ଆଉ ତା’ପରୁ ଠାରୁ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ରାଜନୈତିକ ବିଶ୍ଳେଷକମାନେ ବିଭିନ୍ନ ଆକଳନ କରିବାରେ ଲାଗିଛନ୍ତି । ଚର୍ଚ୍ଚା ଅନୁସାରେ ବାରାଣାସୀରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଓ ମହାମେଂଟ ତରଫରୁ ସଯୁକ୍ତ ପ୍ରାର୍ଥୀ ହୋଇପାରନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରାଣାସୀ ଲୋକସଭା ଆସନରୁ ୫,୮୧,୧୨୨ ଭୋଟ ମିଳିଥିଲା । ମୋଦି ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟ ମାର୍ଜିନରେ ବାରାଣାସୀ ବିଜୟ କରିଥିଲେ । କଂଗ୍ରେସ ଅନୁସାରେ ପ୍ରିୟଙ୍କା ଗାନ୍ଧୀ ଏହି ଆସନ ପାଇଁ ବିରୋଧୀ ପକ୍ଷରୁ ଏକମାତ୍ର ଆଶାୟୀ ପ୍ରାର୍ଥୀ । ପ୍ରିୟଙ୍କା ହିଁ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଟକ୍କର ଦେଇପାରିବେ ବୋଲି କଂଗ୍ରେସ କହୁଛି । ତେବେ ଏହି ସିଟରୁ ଭୀମ ଆର୍ମି ଚନ୍ଦ୍ରଶେଖ ରାବଣ ମଧ୍ୟ ନିର୍ବାଚନ ମଇଦାନକୁ ଓଲହ୍ଲାବ ବୋଲି ଚର୍ଚ୍ଚା ହେଉଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବେ ବୋଲି ଜାଣିଶୁଣି ଖବର ପ୍ରଚାର କରାଯାଉଛି । କଂଗ୍ରେସର ଶୀଷ ର୍ନେତୃବୃନ୍ଦ ପୂର୍ବାଞ୍ଚଳରେ ସ୍ଥିତି ମଜଭୁତ କରବା ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ଏହାସହ ଏପରି ପ୍ରଚାର ଯୋଗୁଁ ସପା-ବସପା-ରାଲୋଦ ମେଂଟକୁ ମଧ୍ୟ ଏକ ମେସଜ ଯାଉଛି ।

ସ୍ଥାନୀୟ ଲୋକଙ୍କ ହିସାବରେ ବାରାଣାସୀରେ ମୋଦିଙ୍କର ଏକ ଭିନ୍ନ ଛବି ରହିଛି । ଏବେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ମଇଦାନକୁ ଓଲହ୍ଲାଲେ ମଧ୍ୟ କାଶୀବାସୀଙ୍କର ଭଲପାଇବା ମିଳିବ ନାହିଁ । କାଶୀ ଲୋକଙ୍କ ହୃଦୟ ଜିତିବା ପାଇଁ ପ୍ରିୟଙ୍କାଙ୍କୁ ଆହୁରି ୫-୧୦ ବର୍ଷ ସମୟ ଲାଗିବ । ମୋଦିଙ୍କୁ ହିଁ ଲୋକ ଜିତାଇବେ । ପ୍ରିୟଙ୍କା ଗାନ୍ଧୀଙ୍କୁ ଏଥର କାଶୀଲୋକଙ୍କ ଭଲପାଇବା ମିଳିପାରିବ ନାହିଁ ।