କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ୨୯୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଆଣିଛି ସଙ୍କଳ୍ପ ପତ୍ର । ସଙ୍କଳ୍ପ ପତ୍ରରେ ଘୋଷଣା କରି ରାଜନାଥ ସିଂ କହିଛନ୍ତି ୨୦୧୯ରେସୁରକ୍ଷା ନୀତି ଓ ବିଜେପିର ପକ୍ଷରୁ ପୁରାପୁରି ସ୍ପଷ୍ଟ । ଭାରତୀୟ ଜନତା ପାର୍ଟି ସଙ୍କଳ୍ପ ପତ୍ରରେ ରାଷ୍ଟ୍ରିୟ ସୁରକ୍ଷା, ଯୁବଗୋଷ୍ଠୀ, ମହିଳାଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ଦଳ ୨୦୧୯ ପାଇଁ ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍ ବିକାଶ, ଗରିବ କଲ୍ୟାଣ ପରି ମୁଦ୍ଦାକୁ ସାମିଲ କରିଛି ।
୧. ସମସ୍ତଙ୍କୁ ନ୍ୟାୟ :
- ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଆଦି ସମସ୍ତଙ୍କୁ ସମାନ ସୁଯୋଗ ।
- ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ
୨. ସବକା ବିକାଶ :
- ସମସ୍ତଙ୍କ ପାଇଁ ସୁଲଭ ଶିକ୍ଷା, ୨୦୦୦ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଅଂଚଳରେ ନବୋଦୟ ବିଦ୍ୟାଳୟ, ପାଠ ପଢ଼ା ସହ ଖେଳର ସୁବିଧା
- ସାରାଦେଶରେ ୫୦,୦୦୦ ବିକାଶ କେନ୍ଦ୍ର ସ୍ଥାପନାର ପ୍ରତିଶ୍ରୁତି
- ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତିଶ୍ରୁତି
୩. ଗରିବ କଲ୍ୟାଣ
- ଗରିବ ସୀମାରେଖା ତଳେ ଥିବା ପରିବାରଙ୍କ ସଂଖ୍ୟା କମ୍ କରିବା ପାଇଁ ପ୍ରତିଶ୍ରୁତି
- ୨୦୨୨ ପର୍ଯ୍ୟନ୍ତ ସମସ୍ତ ପରିବାରକୁ ପକ୍କା ଘର ।
- ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ସମସ୍ତଙ୍କୁ ଗହମ, ଚାଉଳ, ପ୍ରଦାନ କରାଯାଇଛି । ଯୋଜନାରେ ଏବେ ଚିନିକୁ ମଧ୍ୟ ସାମିଲ କରାଯିବ । ଯଦ୍ୱାରା ୮୦ କୋଟି ଲୋକଙ୍କୁ କିଲୋ ପ୍ରତି ୧୩ ଟଙ୍କାରେ କିଲୋ ପ୍ରତି ମାସରେ ଚିନି ମିଳିପାରିବ ।
- ପ୍ରତି ୫ କିମିରେ ବ୍ୟାଙ୍କିଂ ସୁବିଧା
୪. ଛୋଟ ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ମାନଧନ ଯୋଜନା ସାମିଲ କରାଯିବ । ଏବେ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
୫. ସମସ୍ତ କୃଷକଙ୍କୁ ସମୃଦ୍ଧି ଯୋଜନାରେ ସାମିଲ କରାଯିବ । ଅର୍ଥାତ ଦେଶର ସମସ୍ତ କୃଷକ ଏବେ ମାସିକ ୬୦୦୦ ଲେଖାଏଁ ପାଇବେ ।