ଜାରି ହେଲା ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା ! ରାୟବରେଲି ପାଇଁ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲା ଦଳ

542

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନିର୍ବାଚନ । ଦେଶରେ ବହୁଛି ନିର୍ବାଚନୀ ମଳୟ । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଉ ଏହାରି ଭିତରେ ଆଉ ଏକ ପ୍ରାର୍ଥୀ ତାଲିକା ଜାରିଛି ଭାରତୀୟ ଜନତା ପାର୍ଟି । ୬ ଜଣଙ୍କର ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ରାୟବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଦିନେଶ ପ୍ରତାପଙ୍କୁ ଟିକେଟ ଦେଇଛି ଦଳ । ସୂଚନାଯୋଗ୍ୟ ଦିନେଶ ପ୍ରତାପ ସିଂ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ୨୦୧୪ରେ ସୋନିଆଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିବା ଅଜୟ ଅଗ୍ରୱାଲଙ୍କୁ ଏଥର ପାଇଁ ଟିକେଟ ଦେଇନି ଦଳ ।

ସେହିପରି ମେନପୁରି ସିଟରୁ ସମାଜବାଦି ପାର୍ଟିର ଦିଗ୍ଗଜ ନେତାଙ୍କ ବିରୋଧରେ ପ୍ରେମ ସିଂଙ୍କୁ ସାମ୍ନାକୁ ଆଣିଛି ଦଳ । ଅନ୍ୟପଟେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶଙ୍କ ବିପକ୍ଷରେ ଆଜମଗଡ଼ରୁ ଭୋଜପୁରୀ ସୁପରାଷ୍ଟାର ଦିନେଶ ଲାଲ ଯାଦବ ‘ନିରହୁଆ’ଙ୍କୁ ଟିକେଟ ମିଳିଛି । ଆଜମଗଡ଼ରେ ଏଥର ଦେଖିବା ପାଇଁ ମିଳିବ ନେତା ବନାମ ଅଭିନେତା ଲଢ଼େଇ । ସୂଚନାଯୋଗ୍ୟ କିଛି ଦିନ ନିରହୁଆ ବିଜେପିରେ ସାମିଲ ହୋଇଥିଲେ ।

ଏହି ତାଲିକାରେ ମୁମ୍ବାଇ ଦକ୍ଷିଣ ପୂର୍ବରୁ ବର୍ତ୍ତମାନର ସାଂସଦ କେରିଟ୍ ସୋମୈୟାଙ୍କ ଟିକେଟ କଟିଛି । କେରିଟ୍ ସୋମିଆଙ୍କୁ ପରିବର୍ତ୍ତନ କରି ମନୋଜ କୋଟକକୁ ଟିକେଟ ଦେଇଛି ଦଳ । ବିଜେପିର ଏହି ତାଲିକାରେ ମୋଟ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଉତ୍ତରପ୍ରଦେଶ ୫ ଜଣ ଓ ମହାରାଷ୍ଟରୁ ଜଣଙ୍କ ନାଁ ଘୋଷଣା କରିଛି ଦଳ ।