ଅଯୋଧ୍ୟାର ଆଦିଲପୁରରୁ ପ୍ରିୟଙ୍କାଙ୍କ ନିର୍ବାଚନୀ ତୀର ! ମୋଦି ସରକାରଙ୍କୁ ମିଛ ଓ ପ୍ରଚାର ସର୍ବସ୍ୱ ବୋଲି କହିଲେ କଂଗ୍ରେସ ମହାସଚିବ

113

କନକ ବ୍ୟରୋ : ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ନେତା । ଭୋଟରଙ୍କୁ ସାଧିବା ପାଇଁ ତଥା ଲୋକଙ୍କ ନିକଟତର ହେବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି ରାଜନେତା । ଏହି କ୍ରମରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଅଯୋଧ୍ୟା ଫୈଜାବାଦ ଗସ୍ତରେ ଯାଇଛନ୍ତି ।

ଅଯୋଧ୍ୟାର ଆଦିଲପୁରରେ ଏକ ରାଲିରେ ମୋଦିଙ୍କୁ ନିର୍ବାଚନୀ ତୀରରେ ଘାଇଲା କରିଛନ୍ତି ପ୍ରିୟଙ୍କା । ବିଜେପି ସରକାର ମିଛ ଓ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି । ଜନସାଧାରଣଙ୍କ ଅସୁବିଧା ଶୁଣିବା ପାଇଁ କେହି ନାହାନ୍ତି । ଦେଶର ଯୁବୋଗାଷ୍ଠୀ ବେକାର । ବେକାରୀ ସମସ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିଲେ ହେଁ ଏହାର କୌଣସି ସମାଧାନ ନାହିଁ । ମନରେଗାରେ କୃଷକଙ୍କୁ ୬-୬ ମାସ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିପାରୁନାହିଁ । ମନରେଗାକୁ ବନ୍ଦ କରିବା ପାଇଁ ଜାଣିଶୁଣି ଏପରି ଷଡ଼ଯନ୍ତ୍ର କରାଯାଉଛି । ବିଜେପି ରାଜରେ ଲୋକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା କରାଯାଇଛି । ଏପରି ଦୁର୍ବଳ ସରକାର ଆଜି ପର୍ଯ୍ୟନ୍ତ ଶାସନଭାର ସମ୍ଭାଳିନାହାନ୍ତି । ମୋଦି ସାରା ଦୁନିଆ ବୁଲୁଛନ୍ତି, କିନ୍ତୁ ନିଜ ଲୋକଙ୍କୁ ସାକ୍ଷାତ କରିବା ପାଇଁ ସମୟ ନାହିଁ ।

ସୂଚନାଯୋଗ୍ୟ ଫୈଜାବାଦ ଆସନରୁ କଂଗ୍ରେସର ଟାଣୁଆ ନେତା ନିର୍ମଳ ଖତ୍ରୀ ନିର୍ବାଚନ ଲଢ଼ୁଛନ୍ତି । ନିର୍ମଳ ଖତ୍ରୀଙ୍କ ଜଣେ ପ୍ରଭାବଶାଳୀ ନେତା । ଏହି ଅଂଳଚରେ ପାଟିର ଦୁର୍ଦ୍ଦିନ ସମୟରେ ମଧ୍ୟ ଗଡ଼ ସମ୍ଭାଳିଛନ୍ତି ନିର୍ମଳ । ଅଯୋଧ୍ୟ ଲଢ଼େଇରେ କଂଗ୍ରେସ ତ୍ରିମୁଖୀ ଲଢ଼େଇ ପାଇଁ ପ୍ରସ୍ତୁତି କରୁଛି । ତେବେ ଦେଖିବା ପାଇଁ ବାକି ରହିଲା ପ୍ରିୟଙ୍କାଙ୍କ ଏହି ଗସ୍ତ କଂଗ୍ରେସକୁ ଅଯୋଧ୍ୟାରେ କେତେ ସଞ୍ଜବନୀ ପ୍ରଦାନ କରୁଛି ।