କନକ ବ୍ୟୁରୋ : ମଳିନ ପଡ଼ିନି ମୋଦି ମ୍ୟାଜିକ୍ । ଏବେ ବି ଜାରି ରହିଛି ମୋଦି ଲେହେର । ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଗ୍ରହଣ କରିବା ପାଇଁ ଚାହୁୁଁଛନ୍ତି ଦେଶବାସୀ । ଏକଥା ଆମେ ନୁହେଁ କହୁଛି ବୁଥ୍ ବାହୁଡ଼ା ମତ । ଏକଜିଟ୍ ପୋଲରେ ସ୍ପଷ୍ଟ ଜଣାପଡ଼ୁଛି ପୁଣି ଥରେ ଦିଲ୍ଲୀ ଗାଦି ଅକ୍ତିଆର କରିବ ବିଜେପି । ଆଉ ୫ ବର୍ଷ ପାଇଁ ମୋଦି ସରକାରଙ୍କୁ ମିଳିବ ସୁଯୋଗ । ୨୦୧୯ ଲୋକସଭା ନିର୍ବାଚନରେ ପୁଣି ଥରେ ମୋଦି ସରକାର ୨୦୧୪ର ସଫଳତାକୁ ଦୋହରାଇବ ବୋଲି ଆକଳନ କରାଯାଉଛି । ନିମ୍ନରେ ଦିଆଯାଇଥିବା ଏକଜିଟ ପୋଲରେ ବିଜେପିର ସଫଳତା ସ୍ପଷ୍ଟ ବାରି ହୋଇପଡ଼ୁଛି ।

Advertisment

ରିପବ୍ଲିକ-ସିଭୋଟର : ବିଜେପି - ୩୦୫, କଂଗ୍ରେସ -୧୨୪, ଅନ୍ୟ -୧୧୩

ଟାଇମ୍ସ ନାଇ ଭିଏମଆର୍ :  ବିଜେପି ୩୦୫, କଂଗ୍ରେସ-୧୪୨ , ଅନ୍ୟ-୯୪

ସୁଦର୍ଶନ ନିଉଜ୍ : ବିଜେପି -୩୧୩, କଂଗ୍ରେସ - ୧୨୧ , ଅନ୍ୟ - ୧୦୮

ଇଣ୍ଡିଆ ନିଉଜ୍ ପୋଲଷ୍ଟ୍ରାର୍ଟ : ବିଜେପି - ୨୯୮ , କଂଗ୍ରେସ -୧୧୮, ଅନ୍ୟ - ୧୨୬

ଏନଡ଼ିଟିଭି - ବିଜେପି : ୩୦୨, କଂଗ୍ରେସ - ୧୨୭ , ଅନ୍ୟ -୧୧୩

ନିଉଜ୍ ନେସନ୍ : ବିଜେପି , ୨୮୨-୨୯୦, କଂଗ୍ରେସ -୧୧୮-୧୨୬, ଅନ୍ୟ - ୧୩୦-୧୩୮

ଏବିଭି ଏକଜିଟ୍ ପୋଲ୍ : ବିଜେପି - ୨୦୧, କଂଗ୍ରେସ -୯୬, ଅନ୍ୟ -୧୨୮

ଆଜତକ୍ / ଆକ୍ସିସ୍ ମାଇ ଇଣ୍ଡିଆ : ବିଜେପି - ୧୫୯ରୁ ୧୮୬, କଂଗ୍ରେସ - ୭୧ରୁ ୯୫, ଏସପି-ବିଏସପି -୦ , ଅନ୍ୟ - ୩୫ରୁ ୪୭

ନେତା- ନିଉଜ୍ :ଏନଡ଼ିଏ ୨୪୨, ୟୁପିଏ -୧୬୪, ଅନ୍ୟ - ୧୩୬

ହେଲେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ମୋଦି ଲେହେରରେ ବ୍ରେକ ଲାଗିଲା ବୋଲି ଶୁଣିବା ପାଇଁ ମିଳୁଥିଲା । ହେଲେ ସବୁ କଳ୍ପନାଜଳ୍ପନାକୁ ମିଛ ସାବ୍ୟସ୍ତ କରି ଫୁଲ ଦମରେ ଫେରିଛନ୍ତି ନମୋ । ମେ ୨୩ରେ ଫଳାଫଳ ଆସିବା ପୂର୍ବରୁ ଆଜି ଆସିଛି ବୁଥ୍ ବାହୁଡ଼ା ମତ । ସେମିଫାଇନାଲ୍ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା ।

ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ଉପରେ ଚଡ଼କ ପଡ଼ିଥିଲା । ହିନ୍ଦି ବେଲ୍ଟରେ ପରାଜୟ ସ୍ୱୀକାର କରିଥିଲା ବିଜେପି । କୃଷି ଋଣଛାଡ଼କୁ ଆୟୁଧ କରି ବିଜେପି ସତ୍ତାରୂଢ଼ ରାଜ୍ୟକୁ ହାସଲ କରିନେଇଥିଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲଙ୍କ ପାଇଁ ଏହା ବଡ଼ ସଫଳତା ତଥା ୨୦୧୯ ନିର୍ବାଚନ ପାଇଁ ପରିବର୍ତ୍ତନର ଲେହେର ମଧ୍ୟ କୁହାଯାଉଥିଲା । ଆଉ ତା’ପରେ କଂଗ୍ରେସର ସ୍ୱର ତୀବ୍ର ହେବାରେ ଲାଗିଥିଲା । ବିମୁଦ୍ରାକରଣ, ଜିଏସଟି,ରାଫେଲ ଦୁର୍ନୀତି, ରାମମନ୍ଦର ମୁଦ୍ଦାକୁ ନେଇ ବାରମ୍ବାର ମୋଦି ସରକାରକୁ ଘେରିବାକୁ ଚେଷ୍ଟାକରୁଥିଲେ ବିରୋଧୀ । ହେଲେ ବୁଥ ବାହୁଡ଼ା ମତରେ ସ୍ପଷ୍ଟ ହୋଇଛି ପୁଣି ଫର୍ମକୁ ଫେରିଛନ୍ତି ମୋଦି । ୨୦୧୯ରେ ପୁଣି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବ ବିଜେପି ।