କନକ ବ୍ୟୁରୋ : ବିଶାଳ ରୋଡ ସୋ କରି ଗୁଜୁରାଟର ଗାନ୍ଧିନଗର ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । ନାମାଙ୍କନରେ ଦାଖଲ କରିଥିବା ସତ୍ୟପାଠରୁ ସାମନାକୁ ଆସିଛି ଅମିତ ଓ ତାଙ୍କ ପତ୍ନୀଙ୍କ ସମ୍ପତିର ପରିମାଣ କେତେ । ସତ୍ୟପାଠ ଅନୁଯାୟୀ ଶାହା ଓ ତାଙ୍କ ପତ୍ନୀଙ୍କ ନିକଟରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୩୮.୮୧ କୋଟି ଟଙ୍କା । ୨୦୧୨ରେ ଶାହା ଦମ୍ପତିଙ୍କ ଏହି ସମ୍ପତିର ମୂଲ୍ୟ ଥିଲା ୧୧.୭୯ କୋଟି ଟଙ୍କା ।
ମୋଟ ସମ୍ପତି ୩୮.୮୧ କୋଟି ମଧ୍ୟରେ ପୈତୃକ ସମ୍ପତି ଅନ୍ତର୍ଭୁକ୍ତ । ନାମାଙ୍କନରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଶାହଙ୍କ ପାଖରେ ନଗଦ ୨୦ ହଜାର ୬୩୩ ଟଙ୍କା ରହିଛି । ସେହିପରି ତାଙ୍କ ପତ୍ନୀଙ୍କ ପାଖରେ ନଗଦ ୭୨ହଜାର ୫୭୮ ଟଙ୍କା ରହିଛି । ଉଭୟଙ୍କ ନାମରେ ୨୭.୮୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୯.୮୦ ଲକ୍ଷର ସ୍ଥାୟୀ ଜମା ରହିଛି । ଶାହ ତାଙ୍କ ରୋଜଗାରର ଉତ୍ସ ଭାବେ ସାଂସଦ ଦରମା, ସମ୍ପତିରୁ ମିଳୁଥିବା ଭଡାକୁ ଦର୍ଶାଇଛନ୍ତି । ଏହି ତଥ୍ୟ କହୁଛି ଶାହାଙ୍କ ସମ୍ପତି ୭ ବର୍ଷରେ ୩ଗୁଣ ବଢ଼ିଛି । ସେହିପରି ପତ୍ନୀଙ୍କ ସମ୍ପତି ପାଂଚ ବର୍ଷରେ ୧୬ ଗୁଣ ବଢ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/AMIT-SAHA_00000.jpg)