କନକ ବ୍ୟୁରୋ : ଓଡିଶା ଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ନେଇ ସୂଚନା ମିଳଛି । ଓଡିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଥିବା କହିଲେ କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର। ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଚାଲିଛି ମକ୍ ଡ୍ରିଲ । କଳ୍ପନା ଫାୟାର ଷ୍ଟେସନ ପଛ ପଟେ ଚାଲିଛି ମକ୍ ଡ୍ରିଲ । ମକ ଡ୍ରିଲ କରୁଛି ଅଗ୍ନିଶମ ବିଭାଗ କର୍ମଚାରୀ ।
ସେପଟେ ପଙ୍ଗପାଳର ଅନୁଭୂତି କଥା ବର୍ଣ୍ଣନା କରିଛନ୍ତି ସମ୍ବଲପୁର ବତେମୁଣ୍ଡାର ଜଣେ ୭୬ ବର୍ଷିୟ ବୃଦ୍ଧ । ୬୦ ବର୍ଷ ତଳେ ପଙ୍ଗପାଳ ସମ୍ବଲପୁର ଆସି ବ୍ୟାପକ କ୍ଷୟକ୍ଷତି କରିଥିଲେ ଓ ଚରିଯାଇଥିଲେ ଫସଲ । ସେତେବେଳେ ପଙ୍ଗପାଳ ଧୂସର ରଙ୍ଗର ଓ ଆକାଶୀ ରଙ୍ଗର ହୋଇଥଇବାବେଳେ ଉଡି ଉଡି ଆସୁଥିଲେ ଓ ଯେଉଁଠି ବସିଲେ ଫସଲ ଖାଇଯାଉଥିଲେ ବେଲି କହିଛନ୍ତି ନିଜ ଆଖିରେ ଦେଖିଥିବା ସମ୍ବଲପୁରର ବୃଦ୍ଧ ।
ଅନ୍ୟପଟେ ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି । ସରକାରୀ ସ୍ତରରେ ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଅଗ୍ନିଶମ ଆଇଜି କହିଛନ୍ତି, ପ୍ରତି ଜିଲ୍ଲା ସ୍ତରରେ ଏକ କମିଟି ଗଠନ ପାଇଁ ଯୋଜନା କରାଯାଇଛି । ବଡ ବଡ ଗଛରେ ଏକବିଶେଷ ଧରଣର ରସାୟନ ସ୍ପ୍ରେ କରାଯିବ ପାଇଁ ଯୋଜନା କରିଛି ଅଗ୍ନିଶମ ବିଭାଗ । ପଙ୍ଗପାଳ ଏହି ସ୍ପେ ସଂସ୍ପର୍ଶରେ ଆସିରେ ଗତିପଥ ବଦଳାଇବାକୁ ବାଧ୍ୟ ହେବ । ପ୍ରତି ବ୍ଲକରେ ଥିବା ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟରେ ରଖାଯାଇଛି ।